ଫେସବୁକରେ ଭୁଲରେ ମଧ୍ୟ କରନ୍ତୁନି ଏହି ୫ଟି କାମ, ନଚେତ୍ ଆପଣଙ୍କୁ ଯିବାକୁ ପଡିବ ଜେଲ୍
ନୂଆଦିଲ୍ଲୀ : ଆଜି ଆମ ଜୀବନରେ ସୋସିଆଲ ମିଡିଆ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଲଟିଛି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଫେସବୁକକୁ ସର୍ବାଧିକ ବ୍ୟବହୃତ କରଯାଏ । ଦୂରରେ ଥାଇ ନିଜ ସାଙ୍ଗ କିମ୍ବା ପରିବାର ସହିତ ଯୋଡି ରହିବାର ଏହା ଏକ ଉତ୍ତମ ଉପାୟ । ଫେସବୁକ୍ ମାଧ୍ୟମରେ, ଆମେ ଆମ ସାଙ୍ଗମାନଙ୍କୁ ଆମ ଜୀବନରେ କ’ଣ ସବୁ ଘଟୁଛି ତାହା ଜଣାଇଥାଉ । କିନ୍ତୁ ଅନେକ ଥର ଆମେ ଫେସବୁକରେ ଏପରି କିଛି ଭୁଲ କରିଥାଉ, ଯାହା ପାଇଁ ସିଧାସଳଖ ଜେଲ ହୋଇପାରେ । ଏଠାରେ ଆମେ ଆପଣଙ୍କୁ ସେହି ଭୁଲଗୁଡ଼ିକ ବିଷୟରେ କହୁଛୁ ଯାହାକୁ ଆପଣ ଫେସବୁକରେ କରିବା ଉଚିତ୍ ନୁହେଁ ।
ଫେସବୁକରେ କରନ୍ତୁ ନାହିଁ ଏସବୁ ଭୁଲ୍ :
୧. ଫେସବୁକରେ ଉସୁକାଇବା ଭଳି ଜିନିଷ ସେୟାର କରନ୍ତୁ ନାହିଁ । ଏହା କରିବା ଦ୍ୱାରା ସମାଜ ଓ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । କାହାର ଭାବନାକୁ ଆଘାତ ଦେବାପାଇଁ ଆପଣଙ୍କୁ ମଧ୍ୟ ଜେଲ୍ ହୋଇପାରେ ।
୨. ଏକ ନୂଆ ଫିଲ୍ମକୁ ଚୋରାଇ ବିକ୍ରି କରିବା ମଧ୍ୟ ଅପରାଧ । ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଅଟନ୍ତି, ଯେଉଁମାନେ କୌଣସି ଫିଲ୍ମର ପାଇରେଟ୍ ଲିଙ୍କ୍ ତିଆରି କରନ୍ତି ଓ ଏହାକୁ ବିକ୍ରି କରନ୍ତି, ତେବେ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ଏପରି କରିବା ପାଇଁ ଆପଣ ମଧ୍ୟ ଜେଲ ଯାଇପାରନ୍ତି ।
୩. କାହାର ଧାର୍ମିକ ଭାବନାକୁ ଆଘାତ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଦଙ୍ଗା ମଧ୍ୟ ହୋଇପାରେ । ଯଦି ଏହା ଆପଣଙ୍କର କୌଣସି ବୟାନ କିମ୍ବା ଫେସବୁକ୍ ପୋଷ୍ଟ ଦ୍ୱାରା ଏହା ଘଟେ, ତେବେ ଆପଣଙ୍କ ବିରୋଧରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।
୪. ଯଦି ଆପଣ ଫେସବୁକରେ ଜଣେ ଝିଅକୁ କୌଣସି ଅଶ୍ଳୀଳ ମେସେଜ, ଭିଡିଓ ଓ ଫଟୋ ପଠାଇଛନ୍ତି ତେବେ ଆପଣଙ୍କୁ ସତର୍କ ରହିବା ଆବଶ୍ୟକ । ଯଦି ସେହି ଝିଅଟି ଆପଣଙ୍କ ମେସେଜକୁ ନେଇ ଅଭିଯୋଗ କରେ, ତେବେ ଆପଣଙ୍କୁ ଜେଲର ହାୱା ଖାଇବାକୁ ପଡିପାରେ ।
୫. ଫେସବୁକରେ କାହାକୁ ଧମକ କିମ୍ବା ଆପତ୍ତିଜନକ ମେସେଜ ପଠାନ୍ତୁ ନାହିଁ । ଏପରି କାର୍ଯ୍ୟ କରିବା ଆପଣଙ୍କୁ ବଡ଼ ଅସୁବିଧାରେ ପକାଇପାରେ । ଏହା ପାଇଁ ପୋଲିସ୍ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ଓ ଆପଣ ଜେଲ୍ ମଧ୍ୟ ଯାଇପାରନ୍ତି ।
