ଭୋଜନ କରିବା ପରେ ଭୁଲରେ କରନ୍ତୁ ନାହିଁ ଏହି ୪ ଗୋଟି କାର୍ଯ୍ୟ ? ନଚେତ ପରମୁହୁର୍ତ୍ତରେ ଏହି ସବୁ ସମସ୍ୟାରେ ପଡିପାରନ୍ତି, ଜାଣନ୍ତୁ କଣ କଣ
ସାଧାରଣତଃ ଆମେ ଦନନ୍ଦିନ ଜୀବନରେ ଅନେକ ଭୁଲ କାର୍ଯ୍ୟ କରିଥାଉ। ସେହିପରି ଖାଦ୍ୟ ଖାଇବା ସମୟରେ ମଧ୍ୟ କିଛି ଭୁଲ କାର୍ଯ୍ୟ କରି ଦେଇଥାଉ, ଯାହାଦ୍ଵାରା ପରମୁହୂର୍ତ୍ତରେ ଆମକୁ ଭୋଗିବାକୁ ପଡ଼ିଥାଏ। ଅର୍ଥାତ ଆମ ଶରୀର ଅସୁସ୍ଥ ହୋଇଯାଏ। ଆଜିକାଲିର ବ୍ୟସ୍ତବହୁଳ ଦୁନିଆରେ ଲୋକମାନେ ନିଜ ଶରୀର ଉପରେ ଗୁରୁତ୍ବ ଦେଉ ନାହାନ୍ତି। ଏହାଦ୍ଵାରା ଲୋକେ ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଆମେ ଖାଦ୍ୟ ଖାଇବା ସମୟରେ କେଉଁ ସବୁ ଭୁଲ କରିବା ଉଚିତ ନୁହେଁ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।
ଅଧିକାଂଶ ଲୋକେ ଭୋଜନ କରିବା ପରେ ସଙ୍ଗେ ସଙ୍ଗେ ଶୋଇବାକୁ ଚାଲି ଯାଇଥାନ୍ତି।କିନ୍ତୁ ଏଭଳି କରିବା ଉଚିତ ନୁହେଁ। କାରଣ ଭୋଜନ କରି ସାରି ସଙ୍ଗେ ସଙ୍ଗେ ଶୋଇଲେ, ଆପଣଙ୍କର ଖାଦ୍ୟ ହଜମ ହେବାରେ ଅସୁବିଧା ଉତ୍ପନ୍ନ ହୋଇଥାଏ। ତେଣୁ ଆପଣ ରାତିରେ ଶୋଇବାର ୨ ଘଣ୍ଟା ପୂର୍ବରୁ ଖାଆନ୍ତୁ। ଯଦି ଆପଣଙ୍କ ଶରୀରରେ ଖାଦ୍ୟ ସଠିକ ରୂପରେ ହଜମ ହେବ ନାହିଁ, ତାହେଲେ ଅନେକ ସମସ୍ୟା ସୃଷ୍ଟି ହୋଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଥାଏ। ତେଣୁ ଏଭଳି ଭୁଲ କରନ୍ତୁ ନାହିଁ।
ଯଦି ଆପଣ କୌଣସି ନିଶା ସେବନ କରୁଛନ୍ତି, ତାହେଲେ ଖାଦ୍ୟ ଖାଇବାର ତୁରନ୍ତ ପରେ ଆଦୌ ନିଶା ସେବନ କରନ୍ତୁ ନାହିଁ। କାରଣ ଏଭଳି କରିବା ଦ୍ୱାରା ଆପଣଙ୍କ ଶରୀରରେ ଯେଉଁ କ୍ୟାନସର ସେଲ ଗୁଡ଼ିକ ରହିଛି, ତାହା ଅଧିକାଂଶ ପରିମାଣରେ ଜାତ ହୋଇ ଯାଇଥାଏ।ଏହାଦ୍ଵାରା ଆପଣଙ୍କୁ ପରମୁହୂର୍ତ୍ତରେ କ୍ୟାନସର ଭଳି ଭୟଙ୍କର ରୋଗ ହେବାର ମଧ୍ୟ ଆଶଙ୍କା ରହିଥାଏ।

ଅଧିକାଂଶ ଲୋକେ ଖାଦ୍ୟ ଖାଇବାର ତୁରନ୍ତ ପରେ ସ୍ନାନ କରିଥାନ୍ତି। କିନ୍ତୁ ଏଭଳି କରିବା ଭୁଲ ଅଟେ। ଭୋଜନ କରିବା ପରେ ସ୍ନାନ କରିବା ଶରୀର ପାଇଁ ବହୁତ ଖରାପ ହୋଇଥାଏ। କାରଣ ଭିଜା କରି ସାରି ସ୍ନାନ କଲେ ପାଚନ ତନ୍ତ୍ର ପ୍ରଭାବିତ ହୋଇଥାଏ ଏବଂ ଆପଣଙ୍କର ରକ୍ତସଞ୍ଚାଳନ ସଠିକ ରୂପରେ ହୋଇପାରେ ନାହିଁ। ପେଟରେ ବ୍ଲଡ଼ ଅଧିକ ଜମା ହୋଇ ଆମାଶୟକୁ ସଙ୍କୋଚିତ ଏବଂ ପ୍ରସାରିତ କରିଥାଏ।ଏହାଦ୍ଵାରା ଆମ ଶରୀର ରୋଗଗ୍ରସ୍ତ ହୋଇଯାଏ। ତେଣୁ ଏଭଳି ଭୂଲ କଦାପି କରିବା ଉଚିତ ନୁହେଁ।
ଅଧିକାଂଶ ଲୋକେ ଚାହା ପିଇବାକୁ ଭଲ ପାଇଥାନ୍ତି। ଖାଦ୍ୟ ଖାଇବାର ତୁରନ୍ତ ପରେ ଚାହା ସେବନ କରିବା ଉଚିତ। ଚାହାରେ ଡାଇନିକ ଏସିଡ ଓ ନିକୋଟିନ ରହିଥାଏ। ଯାହାଦ୍ଵାରା ଆପଣ ଖାଇଥିବା ଖାଦ୍ୟ ଯଥା ଆଇରନ ଓ ପ୍ରୋଟିନକୁ ଶରୀରରେ ମିଶିବାକୁ ଦେଇ ନଥାଏ। ଏହାଦ୍ଵାରା ଏନିମିଆ ଭଳି ରୋଗ ମଧ୍ୟ ହୋଇଥାଏ। ତେଣୁ ଏଭଳି ଭୁଲ କରିବାରୁ ସର୍ବଦା ବଞ୍ଚିତ ରୁହନ୍ତୁ। କାରଣ ଆମ ଶରୀର ପ୍ରଥମେ ରହିଲେ ହିଁ ଆମେ ଅଗ୍ରଗତି କରି ପାରିବୁ।
