ଶନିବାର ଦିନ ଭୁଲରେ ବି ଏହି ୮ଟି ଜିନିଷ ଘରକୁ ଆଣନ୍ତୁ ନାହିଁ, ନହେଲେ ଆପଙ୍କର ବହୁତ ବଡ଼ କ୍ଷତି ହେବ
ପୁରାଣ ଅନୁସାରେ ଶନିଦେବ ହେଉଛନ୍ତି ସୂର୍ଯ୍ୟଙ୍କର ପୁତ୍ର ଏବଂ ଶନିବାରକୁ ଶନିଦେବଙ୍କ ବାର ବୋଲି କୁହାଯାଏ। ସବୁ ମନୁଷ୍ୟଙ୍କ ଗୃହ ଉପରେ ଶନିଦେବଙ୍କ ବକ୍ର ଦୁଷ୍ଟି ୩ ରୁ ୪ ଥର ପଡିଥାଏ। ଶନିଦେବ କୌଣସି ରାଶିକୁ ଆସିବାର ୩ରୁ ୪ ମାସ ପୂର୍ବରୁ ତାଙ୍କ ପ୍ରଭାବ ଦେଖାଇବା ଆରମ୍ଭ କରିଦିଅନ୍ତି । ଶନିଦେବ ଯେଉଁ ରାଶିରେ ଥରେ ପାଦ ଦିଅନ୍ତି ତାଙ୍କର ପ୍ରଭାବ ଅଢେଇବର୍ଷରୁ ସାଢ଼େ ୭ ବର୍ଷ ପର୍ଯ୍ୟନ୍ତ ସେହି ରାଶି ଉପରେ ରହିଥାନ୍ତି।
ଶନିଦେବଙ୍କ ନମ୍ବର ୮ ହୋଇଥାଏ ତେଣୁ ଏହି ନିମ୍ନରେ ଲିଖିତ ଏହି ୮ ଜିନିଷ ଶନିବାର ଦିନ ଭୁଲରେ କିଣନ୍ତୁ ନାହିଁ…..
୧. ଶନିବାର ଦିନ ଲୁହାର କୌଣସି ବସ୍ତୁ କିଣନ୍ତୁ ନାହିଁ ।କାରଣ ମହାରାଜା ବିକ୍ରମ ଶନିଦେବଙ୍କ ବସିବା ପାଇଁ ଗୋଟେ ଲୁହାର ଚୌକି ଦେଇଥିଲେ,ଯାହା ଉପରେ ଶନିଦେବ ତାଙ୍କ ବକ୍ର ଦୁଷ୍ଟି ପକାଇଥିଲେ।ସେଥିପାଇଁ ଶନିବାର ଦିନ ଲୁହା କିଣିବା ଅଶୁଭ ମଣାଯାଏ।
୨. ଶନିବାର ଦିନ ଚମଡ଼ାରେ ତିଆରି କୌଣସି ବି ବସ୍ତୁ କିଣନ୍ତୁ ନାହିଁ।କାରଣ ଏହା ଆପଣଙ୍କ ସଫଳତାରେ ବାଧା ସୁଷ୍ଟି କରିବ।
୩. ଶନିବାର ଦିନ ଘରକୁ ଭୁଲରେ ମଧ୍ୟ ତେଲ ଆଣନ୍ତୁ ନାହିଁ କାରଣ ଶନିବାର ଦିନ ଘରକୁ ତେଲ ଆଣିଲେ ପରିବାରରେ କେହିନା କିଏ ରୋଗଗ୍ରସ୍ତ ହେବେ।କିନ୍ତୁ ଶନିବାର ଦିନ ଶନିଦେବଙ୍କ ମୁଣ୍ଡରେ ତେଲ ଅର୍ପଣ କରିବା ଶୁଭ ମଣାଯାଏ।
୪. ଶନିବାର ଦିନ କୋଇଲା ବା କୌଣସି ପ୍ରକାର ଇଂଧନ ଗୃହକୁ ଆଣନ୍ତୁ ନାହିଁ କାରଣ ଏହାକୁ ଆଣିବା ଅର୍ଥ ଶନିଦେବଙ୍କୁ ଗୃହକୁ ନିମନ୍ତ୍ରଣ କରିବା ଯାହାକି ଆପଙ୍କର ବହୁତ ବଡ଼ କ୍ଷତି କରିବ।
୫. ଶନିବାର ଦିନ ଝାଡୁ ଭୁଲରେ ବି ଗୃହକୁ ଆଣନ୍ତୁ ନାହିଁ କାରଣ ଏହା ଗୃହରେ ଧନ ହାନିର ମୂଳ କାରଣ।
୬. ଶନିବାର ଦିନ ଗୃହକୁ କଳା ତେଲ ଆଣନ୍ତୁ ନାହିଁ କାରଣ ଶନିବାର ଦିନ କଳା ତେଲ ଆଣିବା ଅର୍ଥ ଶନିଦାଷା ଆରମ୍ଭ ହେବା,ତେଣୁ ସତର୍କ ରୁହନ୍ତୁ।
୭. ଶନିବାର ଦିନ ଗୃହକୁ ଲୁଣ ଆଣନ୍ତୁ ନାହିଁ କାରଣ ଏହା ଗୃହକୁ ରୋଗ ଆଣି ଥାଏ।
୮. ଶନିବାର ଦିନ ଗୃହକୁ ଭୁଲରେ ମଧ୍ୟ ଆସନ୍ତୁ ନାହିଁ।କାରଣ ଶନିବାର ଦିନ କାଳି ଆସିଲେ ଆପଣ କେଉଁଠି ନ କେଉଁଠି କଳଙ୍କିତ ହେବେ ଏବଂ ଅପମାନିତ ମଧ୍ୟ ହେବ।ତେଣୁ ଏବେଠୁ ଏଥିପ୍ରତି ସତର୍କତା ଅବଲମ୍ବନ କରନ୍ତୁ ।
