ପିଆଜ-ରସୁଣ ଖାଇବା ପରେ ପାଟିରୁ ବାହାରୁଛି କି ଗନ୍ଧ ? ଦୂର କରିବା ପାଇଁ ଅନୁସରଣ କରନ୍ତୁ ସହଜ ଘରୋଇ ଟିପ୍ସ
କଞ୍ଚା ପିଆଜ କିମ୍ବା ରସୁଣ ଖାଇବା ଦ୍ୱାରା ପାଟିରୁ ଗନ୍ଧ ଆସିଥାଏ । ଏହି ସମସ୍ୟା ଅଧିକାଂଶ ଲୋକଙ୍କୁ ବ୍ୟଥିତ କରେ ଏବଂ ଆପଣ କୌଣସି ସ୍ଥାନକୁ ଯିବା ପାଇଁ ଲଜ୍ଜିତ ଅନୁଭବ କରନ୍ତି । ଯଦି ପାଟିର ଏହି ଗନ୍ଧ ଆପଣଙ୍କୁ ହଇରାଣ କରୁଛି, ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଏହି ସହଜ ଘରୋଇ ଟିପ୍ସଗୁଡିକ ଅନୁସରଣ କରନ୍ତୁ ।
୧-ତୁରନ୍ତ ପିଆଜ ଏବଂ ରସୁଣର ଗନ୍ଧରୁ ମୁକ୍ତି ପାଇବା ପାଇଁ ସବୁଠାରୁ ସହଜ ଏବଂ ପ୍ରଭାବଶାଳୀ ଉପାୟ ହେଉଛି ଉଷୁମ ପାଣି ପିଇବା । ଭୋଜନ ପରେ ଉଷୁମ ପାଣି ପିଇବା କେବଳ ହଜମ କରିବାରେ ସାହାଯ୍ୟ କରେ ନାହିଁ, ବରଂ ପାଟିରେ ଥିବା ଜୀବାଣୁ ଏବଂ ବିଷାକ୍ତ ପଦାର୍ଥରୁ ମଧ୍ୟ ମୁକ୍ତି ଦେଇଥାଏ ।
୨-ଖାଦ୍ୟ ଖାଇବା ପରେ ଲେମ୍ବୁ ପାଣି ପିଇବା ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ହେବ । ଏହା ପାଟିର ଖରାପ ଗନ୍ଧ ଦୂର କରିଥାଏ । ଲେମ୍ବୁରେ ଥିବା ସାଇଟ୍ରିକ୍ ଏସିଡ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଉପାଦାନଗୁଡ଼ିକ ପିଆଜ ଏବଂ ରସୁଣର ଗନ୍ଧ ଦୂର କରିବାରେ ସାହାର୍ଯ୍ୟ କରିଥାଏ । ଏଥିପାଇଁ କିଛି ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ କୁଳି କରନ୍ତୁ । ତୁମର ସମସ୍ୟା ଦୂର ହୋଇଯିବ ।
୩- ପିଜାଅ ଓ ରସୁଣ ଖାଇବା ପରେ ପାନମଧୁରି ଏବଂ ଗୁଜୁରାତି ଖାଆନ୍ତୁ । ଏହା ହଜମ କରିବାରେ ସାହାଯ୍ୟ କରେ । ଏହାସହିତ, ଏହି ଜିନିଷଗୁଡ଼ିକ ପାଟିର ଗନ୍ଧକୁ ମଧ୍ୟ ଦୂର କରିଥାଏ । ଏହି ଦୁଇଟି ଜିନିଷ ଖାଇ ଉଷୁମ ପାଣି ପିଅନ୍ତୁ । ଏହା ପାଟିର ଖରାପ ଗନ୍ଧ ଦୂର କରିଥାଏ ।
୪-କ୍ଷୀର ପ୍ରଭାବଶାଳୀ ଭାବରେ ପିଆଜ କିମ୍ବା ରସୁଣର ଗନ୍ଧକୁ ଦୂର କରିଥାଏ, କିନ୍ତୁ ଖାଦ୍ୟ ଖାଇବା ପରେ ତୁରନ୍ତ କ୍ଷୀର ପିଅନ୍ତୁ ନାହିଁ । ପିଆଜ-ରସୁଣ ଖାଇବା ପରେ ଅତିକମରେ ୨୦ ମିନିଟ୍ ପରେ କ୍ଷୀର ପିଅନ୍ତୁ ।
୫-ପିଆଜ ଓ ରସୁଣ ଗନ୍ଧ ଦୂର କରିବା ପାଇଁ ସେଓ ଲାଭଦାୟକ । ସେଓରେ ଥିବା ଏନଜାଇମ୍ ପିଆଜ-ରସୁଣର ସଲଫର୍ ଯୌଗିକକୁ ଭାଙ୍ଗି ଦେଇପାରେ, ଯାହା ଖରାପ ଗନ୍ଧକୁ ଦୂର କରିଥାଏ । ଏଥିପାଇଁ ସେଓ ରସ ପିଅନ୍ତୁ ।
୬-ପୁଦିନା ପତ୍ର ଖାଇବା ଦ୍ୱାରା ମଧ୍ୟ ଲାଭ ମିଳିବ । ଏହା ପିଆଜ ଏବଂ ରସୁଣର ଗନ୍ଧ ଦୂର କରିବାରେ ସାହାର୍ଯ୍ୟ କରେ ।
୭-ଗ୍ରୀନ୍ ଟି ଏକ ହର୍ବାଲ୍ ପାନୀୟ ଭାବରେ ବିବେଚନା କରାଯାଏ । ଖାଦ୍ୟ ଖାଇବା ପରେ ଗ୍ରୀନ୍ ଟି ପିଇବା ଦ୍ୱାରା ପାଟିର ଖରାପ ଗନ୍ଧ ଦୂର ହୋଇଥାଏ । ଏହା ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣେ ।
