ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଡ଼ାକ୍ତର ଗିରଫ
ବାରିପଦା : ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଜଣେ ଡ଼ାକ୍ତରଙ୍କୁ ଗିରଫ କରିଛି ପୋଲିସ । ସମ୍ପୃକ୍ତ ଡାକ୍ତର ଜଣକ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜର ଜଣେ ଶିଶୁ ରୋଗ ବିଶେଷଜ୍ଞ । ପୀଡ଼ିତା ନାବାଳିକା ଜଣକ ଏକ ବାଳିକା ସ୍କୁଲ ଛାତ୍ରୀ ନିବାସର ଅନ୍ତେବାସୀ । ଗତକାଲି ସେ ଅସୁସ୍ଥ ଅନୁଭବ କରିବାରୁ ମେଡ଼ିକାଲରେ ଭର୍ତି ହୋଇଥିଲେ । ଡାକ୍ତର ଜଣକ ତାଙ୍କୁ ଅସଦାଚରଣ କରିଥିବା ନେଇ ସେ ଅଭିଯୋଗ ଆଣିଥିଲେ ।
