ଶନିଦଶାରୁ ମୁକ୍ତି ଲାଗି ଶନିବାର ଦିନ କରନ୍ତୁ ଏହି କାର୍ଯ୍ୟ, ବଦଳିବ ଆପଣଙ୍କ ଭାଗ୍ୟ
ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ଏକ ନିଷ୍ଠୁର ଗ୍ରହ ବୋଲି କୁହାଯାଏ। ଶନିଙ୍କ କୁକୃଷ୍ଟି ପଡିଲେ ମଣିଷ ଜୀବନରରେ ନାନାଦି ସମସ୍ୟା ମାଡି ଆସିଥାଏ। ଖାସ୍ କରି ଯେତେବେଳେ ଶନିଦେବ କ୍ରୋଧିତ ହୁଅନ୍ତି । ସେତେବେଳେ ଜଣେ ବ୍ୟକ୍ତିଙ୍କ ଜୀବନରେ ଏତେ ଗୁଡିଏ ସମସ୍ୟା ମାଡି଼ ଆସେ ଯେ, ସେ ନିଜକୁ ଅସହାୟ ଓ ଦୁର୍ବଳ ମନେ କରେ। ଏପରିକି ପ୍ରତ୍ୟକ କ୍ଷେତ୍ରରେ ସେ ଅସଫଳତାର ସାମ୍ନା କରିଥାଏ। ଯଦି ଆପଣଙ୍କ ଜୀବନରେ ଶନିଙ୍କ କୋପଦୃଷ୍ଟି ରହିଛି । କିମ୍ବା ଆପଣଙ୍କ ରାଶିରେ ଶନିଦଶା ଚାଲିଛି । ତେବେ, ଶନି ମହାରାଜଙ୍କୁ ଖୁସି କରିବା ପାଇଁ ଏହି ସବୁ ଉପାୟ କରନ୍ତୁ । ଦେଖିବେ , ଆପଣଙ୍କର ଶନିଦଶା କଟିଯିବ । ଏବଂ ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ।
ଶନିବାର ଦିନ କରନ୍ତୁ ଏହି ସବୁ ଉପାୟ….
ଖାସ୍ କରି କୁକୁରଙ୍କ ସେବା କରନ୍ତୁ :
ଯଦି ଆପଣଙ୍କ ରାଶିରେ ଶନଦଶା ଚାଲିଛି । ତେବେ, ଆପଣ କୁକୁରଙ୍କୁ ପ୍ରତିଦିନ ଖାଇବାକୁ ଦିଅନ୍ତୁ । ଆଉ ସେମାନଙ୍କ ସେବା କରନ୍ତୁ । ଯେଉଁମାନେ କୁକୁରଙ୍କ ସେବା କରନ୍ତି । ସେମାନଙ୍କୁ ଶନିଦେବ କେବେବି ସମସ୍ୟାରେ ପକାନ୍ତି ନାହିଁ। କେବଳ ସେତିକି ନୁହେଁ, ଅସହାୟ ପଶୁମାନଙ୍କ ସେବା କରିବା ଦ୍ବାରା ଶନିଦେବ ଖୁସି ହୋଇଥାଆନ୍ତି ।
ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରନ୍ତୁ :
ଅସହାୟ ବା ଗରିବ ଲୋକଙ୍କୁ ସାହାର୍ଯ୍ୟ କଲେ ଶନିଦେବ ଖୁସି ହୋଇଥାଆନ୍ତି । କେବଳ ସେତିକି ନୁହେଁ, ଯେଉଁବ୍ୟକ୍ତିମାନେ କଠିନ ପରିଶ୍ରମ କରି ଆଗକୁ ବଢନ୍ତି । ସେମାନଙ୍କୁ ଶନିଦେବ କେବେବି ହଇରାଣ କରନ୍ତି ନାହିଁ।
ରୋଗୀଙ୍କ ସେବା ବା କୁଷ୍ଠ ରୋଗୀଙ୍କ ସେବା କରନ୍ତୁ :
ଖାସ୍ କରି ଅନ୍ୟପାଇଁ ଯିଏ ସବୁବେଳେ ସାହାର୍ଯ୍ୟ ପାଇଁ ଆଗେଇ ଆସେ । ଶନିଦେବ କେବେବି ସେମାନଙ୍କୁ ସମସ୍ୟାରେ ପକାନ୍ତି ନାହିଁ। ସେହିପରି,କୁଷ୍ଠରୋଗୀଙ୍କ ସେବା କରୁଥିବା ଲୋକ ବା ବ୍ୟକ୍ତି ବିଶେଷଙ୍କୁ ଶନି କେବେବି କ୍ରୋଧିତ ହୁଅନ୍ତି ନାହିଁ । ଯେତେ ସମ୍ଭବ କୁଷ୍ଠରୋଗୀଙ୍କ ସେବା ସହ ତାଙ୍କୁ ଔଷଧ ଦାନ କରନ୍ତୁ । ଯାହା ଦ୍ବାରା ଶନିଦେବ ପ୍ରସନ୍ନ ହୋଇ ଥାଆନ୍ତି।
କୃଷ୍ଣ , ଶିବ ଓ ହୁନୁମାନଙ୍କୁ ପୂଜା କରନ୍ତୁ :
ଯେଉଁମାନେ ଭଗବାନ ଶିବ, ହନୁମାନ ଓ କୃଷ୍ଣଙ୍କୁ ପୂଜା କରନ୍ତି । ସେମାନଙ୍କ ଉପରେ ଶନିଦେବଙ୍କ କୋପ ଦୃଷ୍ଟି କେବେବି ପଡି଼ ନ ଥାଏ। ସେମାନେ ଖାସ୍ କରି ଶନିଦେବଙ୍କ ପ୍ରିୟ ହୋଇ ଥାଆନ୍ତି।
