ଦୀପାବଳି ଦିନ କରନ୍ତୁ ଏହି ଚାରୋଟି କାମ, ଶନିଦେବଙ୍କ ଆଶୀର୍ବାଦ ମିଳିବ ଓ ଦୁଃଖକଷ୍ଟ ଦୂର ହେବ !
ହିନ୍ଦୁ ସଂସ୍କୃତି ଓ ପରମ୍ପରାରେ ବାର ମାସରେ ତେର ପର୍ବ ରହିଛି । ପର୍ବପର୍ବାଣୀମାନଙ୍କୁ ଠାରୁ ହିନ୍ଦୁମାନଙ୍କ ଆଉ ଏକ ବଡ ହେଉଛି ଦୀପାବଳୀ । ଆଲୋକର ପର୍ବ ଦୀପାବଳି । ଏଥର ଦୀପାବଳୀ ଶନିଦେବଙ୍କ ସାଢ଼େ ସାତ ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ବହୁତ ଖାସ ହୋଇଥାଏ । ଯଦି ଆପଣ ସାଢ଼େ ସାତରୁ ମୁକ୍ତ ହେବାକୁ ଚାହୁଁଛନ୍ତି; ତେବେ ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଦୀପାବଳୀ ଦିନ କରିବାକୁ ପଡ଼ିବ । ଏହି ଉପାୟ ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବଜାୟ ରହିବ । ଆସନ୍ତୁ ଜାଣିବା ସେହି ପାଞ୍ଚଟି ଉପାୟ ବିଷୟରେ :
ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରନ୍ତୁ :-

ଜ୍ୟୋତିଷ ଶାସ୍ତ୍ରରେ ଏହି କଥାର ଉଲ୍ଲେଖ ରହିଛି ଯେ, ଯଦି କୌଣସି ବ୍ୟକ୍ତି ଦୀପାବଳୀ ଦିନ ନିଜ ଦ୍ୱାରକୁ ଭିକ୍ଷା ଗ୍ରହଣ କରିବାକୁ ଆସିଥିବା ବ୍ୟକ୍ତିକୁ ବସ୍ତ୍ର, ଖାଦ୍ୟ, ଭୋଜନ ଆଦି ଦାନ କରନ୍ତି, ତେବେ ଏହା ଦ୍ୱାର ସେହି ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀଙ୍କ କୃପା ବଜାୟ ରହିଥାଏ । ତା’ସହିତ ଶନିଦେବଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ । କିନ୍ତୁ ଦାନୀ ବ୍ୟକ୍ତିଙ୍କୁ ଏହି କଥା ପ୍ରତି ଅଧିକ ଧ୍ୟାନ ରଖିବା ଉଚିତ ଏବଂ ସେମାନଙ୍କୁ ଏହି କାର୍ଯ୍ୟ ସୂର୍ଯ୍ୟାସ୍ତ ପୂର୍ବରୁ କରିବା ଉଚିତ । ଦୀପାବଳୀର ସନ୍ଧ୍ୟାରେ ଏପରି ଆଦୌ କରନ୍ତୁ ନାହିଁ ।
ଅଶ୍ୱତ୍ଥ ଗଛର ପୂଜା ଦ୍ଵାରା ମିଳିଥାଏ ଏହି ଲାଭ :-

ଏପରି କୁହାଯାଇଥାଏ ଯେ, ଦୀପାବଳୀ ଦିନ ଅଶ୍ୱତ୍ଥ ଗଛ ପୂଜାର ବିଶେଷ ମହତ୍ତ୍ୱ ରହିଛି । ଅଶ୍ୱତ୍ଥ ଗଛକୁ ଦୀପାବଳୀ ଦିନ ପାଞ୍ଚ ପ୍ରକାରର ଭିନ୍ନ ଭିନ୍ନ ମିଠାଇ ସହିତ ତେଲ ଅର୍ପିତ କରନ୍ତୁ । ପୁଣି ପାଣିରେ ଗୁଡ଼ କିମ୍ବା ଚିନି ମିଶାଇ ଗଛକୁ ଅର୍ପିତ କରନ୍ତୁ । ଏହି ଉପାୟ ଦ୍ୱାରା ଧନ ରୋଜଗାର କରିବାର ମାର୍ଗ ପ୍ରଶସ୍ତ ହେବା ସହିତ ଶନିଦେବଙ୍କ ସାଢ଼େ ସାତର ପ୍ରଭାବ ମଧ୍ୟ କମିଯାଇଥାଏ ।
ଶନିଦେବ ଠାରୁ ମୁକ୍ତି ପାଇଁ କରନ୍ତୁ ଏହି ଉପାୟ :-

ଯଦି ଆପଣ ଶନିଦେବଙ୍କ ଠାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି; ତେବେ ଏଥିପାଇଁ ଆପଣଙ୍କୁ ଦୀପାବଳୀ ଦିନ ଗୋଟା ନଡ଼ିଆକୁ ନେଇ ତାର ମୁଁହକୁ ଉପରୁ କାଟି ଦିଅନ୍ତୁ । କାଟିବା ପରେ ସେଥିରେ ଚିନି ଓ ଅଟା ଭରି ନଡ଼ିଆର ମୁଁହକୁ ବନ୍ଦ କରି ଦିଅନ୍ତୁ । ଏବେ ସେହି ନଡ଼ିଆକୁ ଏକ ଏପରି ସ୍ଥାନରେ ମାଟି ତଳେ ପୋତି ଦିଅନ୍ତୁ ଯେଉଁଠି ପିମ୍ପୁଡ଼ି ରହିଥିବେ । ଏପରି କୁହାଯାଏ ଯେ, ଯେତେ ପର୍ଯ୍ୟନ୍ତ ପିମ୍ପୁଡ଼ିମାନେ ଏହାକୁ ଖାଇ ଚାଲିବେ; ସେତେ ପର୍ଯ୍ୟନ୍ତ ଆପଣ ଶନିଦେବଙ୍କ ସାଢ଼େ ସାତରୁ ରକ୍ଷା ପାଇବେ ।
ବଜାୟ ରହିବ ଶନିଦେବଙ୍କ କୃପା :-

ଦୀପାବଳୀ ମହାପର୍ବରେ ଶନି କବଚର ପାଠ କରିବା ଅତି ଉତ୍ତମ ଓ ଶୁଭଦାୟକ ହୋଇଥାଏ । ଏଥର ଦୀପାବଳୀ ଶନିବାର ଦିନ ଆସୁଛି ଏବଂ ଏପରି ସ୍ଥିତିରେ ଏହାର ମହତ୍ତ୍ୱ ମଧ୍ୟ ଆହୁରି ବଢ଼ିଯାଏ । ଯଦି ଆପଣ ଏପରି କରନ୍ତି; ତେବେ ଶନିଦେବଙ୍କ କୃପା ଆପଣଙ୍କ ଉପରେ ବଜାୟ ରହିବ । ଯଦି ଆପଣ ଶନି କବଚ ପଢ଼ି ପାରନ୍ତି ନାହିଁ; ତେବେ ଆପଣଙ୍କ ପାଇଁ ଏହାର ସ୍ଥାନରେ ଶନି ଶାସ୍ତ୍ରର ପାଠ ମଧ୍ୟ ଲାଭଦାୟକ ପ୍ରମାଣିତ ହେବ ।
