ବୁଧବାର ଦିନ କରନ୍ତୁ ଏହି ୬ଟି ସରଳ ଉପାୟ ! ଖୋଲିଯିବ ଭାଗ୍ୟ, ଦୂର ହୋଇଯିବ ସବୁ ଦୁଃଖକଷ୍ଟ
ଜୀବନରେ ସୁଖ ସମୃଦ୍ଧି ପାଇବା ପାଇଁ ଆପଣଙ୍କୁ ତଳେ ଦିଆ ଯାଇଥିବା ଉପାୟ ଗୁଡ଼ିକୁ ବୁଧବାର ଦିନ କରିବାର ଅଛି। ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଜୀବନ ସୁଖରେ ଭରପୂର ହୋଇ ଉଠିବ। ଏହାସହିତ କରଜ ମୁକ୍ତ ରହିବେ। ଏହାଦ୍ୱାରା ବୁଧବାରରେ ଅଧିକ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଆପଣ ମାନେ ଏହି ଉପାୟକୁ ନିଶ୍ଚିତ ଭାବରେ କରି ପାରିବେ। ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ ।
କରନ୍ତୁ ଭଗବାନ ଶ୍ରୀଗଣେଶଙ୍କ ପୂଜା :
ବୁଧବାର ଦିନ ଭଗବାନ ଶ୍ରୀଗଣେଶଙ୍କୁ ସମର୍ପିତ ହୋଇଥାଏ। ଏଥିପାଇଁ ବୁଧବାର ଦିନ ତାଙ୍କର ପୂଜା ନିଶ୍ଚିତ ଭାବରେ କରନ୍ତୁ। ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଅନେକ ଲାଭ ମିଳିଥାଏ। ବୁଧବାର ଦିନ ଆପଣ ସକାଳେ ସ୍ନାନ ସାରି ଗଣପତିଙ୍କର ପୂଜା କରନ୍ତୁ। ପୂଜା କରିବା ସମୟରେ ତାଙ୍କୁ ଦୁବ, ଲଡୁ ଆଦି ନିଶ୍ଚିତ ରୂପରେ ଅର୍ପଣ କରନ୍ତୁ।
କିନ୍ନରଙ୍କୁ ଟଙ୍କା ଦାନ :
ବୁଧବାର ଦିନ ଟଙ୍କାପଇସା ଦାନ କରିବା ଉଚିତ। ଏହିଦିନ ଯଦି କିନ୍ନର ମାନଙ୍କୁ ଟଙ୍କା ଦାନ କରିବେ, ତାହେଲେ ଏହି ଟଙ୍କା ଆପଣଙ୍କ ଉପରେ ଆଶୀର୍ବାଦ ରୂପରେ ବର୍ଷିବ। ଏହା ଲାଭକାରୀ ସାବ୍ୟସ୍ତ ହେବ। ଏଥିପାଇଁ ବୁଧବାର ଦିନ ଟଙ୍କା କିନ୍ନର ମାନଙ୍କୁ ଦାନ କରନ୍ତୁ , ଏହାଦ୍ବାରା ଆର୍ଥିକ ପରିସ୍ଥିତି ଆପଣଙ୍କର ସୁଧୁରି ଯିବ । କିନ୍ନରଙ୍କୁ ପଇସା ଦାନ କରି ସେହି ପଇସା ଆଣି ପୂଜା ଘରେ ରଖି ଦିଅନ୍ତୁ ଏବଂ ତାକୁ ଧୂପ ଦେଇ ପୂଜା କରନ୍ତୁ। ଏହାପରେ ତାକୁ ସବୁଜ କପଡାରେ ଘୋଡାଇ ଧନ ଭଣ୍ଡାର ସ୍ଥାନରେ ରଖି ଦିଅନ୍ତୁ। ଏହାଦ୍ବାରା ଧନ ବୃଦ୍ଧି ହୋଇଥାଏ।
ଧନ ଭଣ୍ଡାର ଘରେ ରଖି ଦିଅନ୍ତୁ କଉଡ଼ି :
ବୁଧବାର ଦିନ ୭ଟି କଉଡ଼ି ଘରେ ପୂଜା ସ୍ଥାନରେ ରଖି ଦିଅନ୍ତୁ। ଏହାପରେ ଏହି କଉଡ଼ିର ପୂଜା କରନ୍ତୁ। ଏହାକୁ ଲାଲ ରଙ୍ଗ କପଡାରେ ଘୋଡାଇ ଦିଅନ୍ତୁ। ଏହାପରେ ଏହାକୁ ନିଜ ଧନ ଭଣ୍ଡାରରେ ରଖି ଦିଅନ୍ତୁ।
ମୁଗ ଡାଲିର ଉପାୟ :
ଏହି ଉପାୟ ଅତ୍ୟନ୍ତ ଲାଭଜନକ ଅଟେ। ଉପାୟ ଅନୁସାରେ ଗୋଟେ ମୁଠା ମୁଗ ଡାଲି ଏବଂ ସାତଟି କଉଡ଼ିକୁ ନେଇ ଏକ ସବୁଜ କପଡାରେ ବାନ୍ଧି ଦିଅନ୍ତୁ। ଏହାକୁ ଏକ ମନ୍ଦିରର ସିଡି ପାଖରେ ରଖି ଆସନ୍ତୁ। ଧ୍ୟାନ ରଖନ୍ତୁ କି ରଖିବା ସମୟରେ କେହି ଆପଣଙ୍କୁ ଯେପରି ନଦେଖି ପାରିବେ। ଏହାକୁ ସିଡି ଉପରେ ରଖିବା ପରେ ପଛକୁ ମୋଡ଼ି ଆପଣ ଦେଖିବେ ନାହିଁ।
ଗାଈକୁ ଖୁଆନ୍ତୁ ଡାଲି :
ବୁଧବାର ଦିନ ମୁଗଡାଲିକୁ ସିଝାଇ ଦିଅନ୍ତୁ। ଏହାପରେ ଏଥିରେ ଘିଅ ଏବଂ ଚିନି ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କୁ କରଜରୁ ମୁକ୍ତି ମିଳିବ।
ଗ୍ରହକୁ କରନ୍ତୁ ଶାନ୍ତ :
ଯେଉଁ ଲୋକଙ୍କ କୁଣ୍ଡଳୀରେ ରାହୁ ଗ୍ରହ ଭାରି ରହିଛି, ସେହି ଲୋକେ ବୁଧବାର ଦିନ ଏହିସବୁ ଉପାୟ କରନ୍ତୁ। ଉପାୟ ଅନୁସାରେ ବୁଧବାର ଦିନ ରାତିରେ ଶୋଇବା ସମୟରେ ଗୋଟେ ନଡ଼ିଆ ମୁଣ୍ଡ ପାଖରେ ରଖି ଶୁଅନ୍ତୁ। ପରଦିନ ଏହି ନଡ଼ିଆକୁ କୌଣସି ଗଣେଶ ମନ୍ଦିରରେ ରଖି ଆସନ୍ତୁ। ନଡ଼ିଆ ରଖିବା ସମୟରେ ତାସହିତ କିଛି ପଇସା ମଧ୍ୟ ରଖନ୍ତୁ। ଏହାସହ ବିଘ୍ନହର୍ତା ଶ୍ରୀଗଣେଶଙ୍କ ସ୍ରୋତ ପାଠ କରନ୍ତୁ।
ଶ୍ରୀଗଣେଶ ସ୍ରୋତ ପାଠ :
ପ୍ରଣମ୍ୟ ଶିରସା ଦେବଂ ଗୌରୀ ବିନୟକମ୍ ।
ଭକ୍ତବାସଂ ସ୍ମେର ନିତ୍ୟମାୟଃ କାମାର୍ଥସିଦ୍ଧୟେ।।
ପ୍ରଥମଂ ବକ୍ରତୁଣ୍ଡ ଚ ଏକଦନ୍ତ ଦ୍ଵିତୀୟକମ୍ ।
ତୃତୀୟଂ କୃଷ୍ଣପିଙ୍ଗାଶ୍ଚ ଗଜବବତ୍ର ଚତୁର୍ଥକମ୍ ।।
ଲମୋଦରଂ ପଞ୍ଚମ ଚ ପଷ୍ଠ ବିକଟମେବ ଚ।
ସପ୍ତମଂ ବିଘ୍ନରାଜ୍ୟେନ୍ଦ୍ର ଧୁମବର୍ଣ୍ଣ ତଥାଷ୍ଟମମ୍।।
ନବମଂ ଭାଲ ଚନ୍ଦ୍ରଂ ଚ ଦଶମଂ ତୁ ବିନାୟକମ୍।
ଏକାଦଶଂ ଗଣପତିଂ ଦ୍ଵାଦଶ ତୁ ଗଜାନନ।।
ଦ୍ୱାଦଶୈତାନି ନାମାନି ତ୍ରିସଂଘ୍ୟୟ ପଠେନ୍ନରଃ।
ନ ଚ ବିଘ୍ନଭୟଂ ତସ୍ୟ ସର୍ବସିଦ୍ଧିକରଂ ପ୍ରଭୋ।।
ବିଦ୍ୟାର୍ଥୀ ଲଭତେ ବିଦ୍ୟାଂ ଧନାର୍ଥି ଲଭତେ ଧନମ୍।
ପୁତ୍ରାର୍ଥୀ ଲଭତେ ପୁତ୍ରାନ୍ମୋ ଖ୍ୟାର୍ଥୀ ଲଭତେ ଗତିମ୍।।
ଜପେଦନପତିସ୍ରୋତଂ ସଡ଼ିଭର୍ମାସୈଃ ଫଳଂ ଲଭତେ ।
ସର୍ବର୍ତ୍ସେରେଣ ସିଧିଂଚ ଲଭତେ ନାତ୍ର ସଂଶୟଂ ।।
ଅଷ୍ଟୋଭ୍ୟ ବ୍ରାହ୍ମଣ ଭ୍ୟଶ୍ଚ ଲିଖିତ୍ୱା ଫଳଂ ଲଭତେ।
ତସ୍ୟ ବିଦ୍ୟା ଭର୍ବେତ୍ସବା ଗଣେଶସ୍ୟ ପ୍ରସାଦତଃ ।।
।। ଇତି ଶ୍ରୀ ନାରଦ ପୁରାଣେ ସଙ୍କଟନାଶନଂ ନାମ ଶ୍ରୀ ଗଣପତି ସ୍ତୋତ୍ରଂ ସମ୍ପୂର୍ଣ୍ଣମ ।।
ସମସ୍ତଙ୍କୁ ନମସ୍କାର । ଆମର ଏହି ଲେଖାଟି କେମିତି ଲାଗିଲା । ଯଦି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେୟାର କରନ୍ତୁ । ଏମିତି ସବୁ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ ।






