ବୈଶାଖ ପୂର୍ଣ୍ଣିମାରେ କରନ୍ତୁ ସତ୍ୟ ବିନାୟକ ବ୍ରତ ! ଦାରିଦ୍ର୍ୟତା ଓ କଷ୍ଟ ଦୂର ହେବ ସହ ସର୍ବସୁଖ ସମ୍ପନ୍ନ ଓ ଐଶ୍ବର୍ଯ୍ୟଶାଳୀ କରିଥାଏ
ସନାତନ ଧର୍ମରେ ବୈଶାଖ ପୂର୍ଣ୍ଣିମାକୁ ଅତ୍ୟନ୍ତ ପବିତ୍ର ତିଥ୍ ମନାଯାଏ । ଏହି ଦିନ ଦାନ ପୂଣ୍ୟ ଓ ଧର୍ମ କର୍ମର ଅନେକ କାର୍ଯ୍ୟ କରାଯାଏ । ବୈଶାଖୀ ବା ବୈଶାଖ ପୂର୍ଣ୍ଣିମା ସ୍ନାନ ଲାଭ ଦୃଷ୍ଟିରେ ଏହା ଏକ ମୁଖ୍ୟ ପର୍ବ ଅଟେ । ମାନ୍ୟତା ଅଛି କି ଏହି ଦିନ ମିଷ୍ଟାନ୍ନ, ଛତୁଆ, ଜଳପାତ୍ର, ବସ୍ତ୍ର ଦାନ କରିବା ଓ ପୂର୍ବପୁରୁଷଙ୍କର ତର୍ପଣ କରିବା ବହୁତ ପୂଣ୍ୟ ପ୍ରାପ୍ତି ହୋଇଥାଏ ।
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହି ଦିନ ଭଗବାନ ବିଷ୍ଣୁଙ୍କର ନୂଆ ଅବତାର ମହାତ୍ମା ବୁଦ୍ଧ ବା ସିଦ୍ଧାର୍ଥ ଗୌତ୍ତମ ଯାହାଙ୍କୁ ଆମେ ଗୌତ୍ତମ ବୁଦ୍ଧ ନାମରେ ଜାଣିଅଛୁ ତାଙ୍କର ଜନ୍ମଦିନ ରୂପରେ ପାଳନ କରାଯାଏ ।
ବୈଶାଖ ପୂର୍ଣ୍ଣିମାକୁ ସତ୍ୟ ବିନାୟକ ପୂର୍ଣ୍ଣିମା ମଧ୍ୟ କୁହାଯାଏ । କୁହାଯାଏ କି ଭଗବାନ ଶ୍ରୀକୃଷ୍ଣଙ୍କର ପିଲାଦିନର ମିତ୍ର ସୁଦାମା ଯେବେ ଦ୍ବାରିକାରେ ପହଞ୍ଚିଲେ ଶ୍ରୀକୃଷ୍ଣ ତାଙ୍କୁ ସତ୍ୟ ବିନାୟକ ବ୍ରତର ବିଧାନ କହିଥିଲେ । ଏହି ବ୍ରତର ପ୍ରଭାବରେ ସୁଦାମାଙ୍କର ଦାରିଦ୍ର୍ୟତା ଓ କଷ୍ଟ ଦୂର ହୋଇଥିଲା ଓ ସେ ସର୍ବସୁଖ ସମ୍ପନ୍ନ ଓ ଐଶ୍ବର୍ଯ୍ୟଶାଳୀ ହୋଇଥିଲେ ।
ଏହି ଦିନ ଭଗବାନ ବିଷ୍ଣୁଙ୍କୁ ସତ୍ୟନାରାୟଣ ସ୍ବରୂପ ପୂଜା କରାଯାଏ । ଏହା ବ୍ୟତୀତ ଧର୍ମରାଜଙ୍କ ପୂଜା କରିବାର ବିଧାନ ଅଛି । କୁହାଯାଏ କି ଏହି ବ୍ରତରେ ଧର୍ମରାଜ ପ୍ରସନ୍ନ ହୁଅନ୍ତି ଓ ଅକାଳ ମୃତ୍ୟୁର ଭୟ ମଧ୍ୟ ଦୂର ହୋଇଯାଏ ।
ଏହି ଦିନ ଭଗବାନ ବିଷ୍ଣୁଙ୍କର ନୂଆ ଅବତାର ଗୌତ୍ତମ ବୁଦ୍ଧଙ୍କର ଜନ୍ମ ହୋଇଥିଲା । ତେଣୁ ଏହି ଦିନକୁ ଖୁସି ମନରେ ପାଳନ କରନ୍ତି ।
୧- କୁହାଯାଏ କି ଏହି ଦିନ ଅଲଗା ଅଲଗା ପୂଣ୍ୟ କର୍ମ କଲେ ଅଲଗା ଅଲଗା ଫଳ ମଧ୍ୟ ମିଳିଥାଏ ।
୨- ଧର୍ମରାଜଙ୍କ ପାଇଁ ଜଳପୂର୍ଣ୍ଣ କଳସ ଓ ଖାଦ୍ୟ ଦାନ କରିଲେ ଗୋଦାନ ସମାନ ଫଳ ପ୍ରାପ୍ତି ହୁଏ
୩- ୫ ବା ୭ ଜଣ ବ୍ରାହ୍ମଣଙ୍କୁ ମିଠାତିଳ ଦାନ କରିଲେ ସବୁ ପାପ କ୍ଷୟ ହୋଇଯାଏ ।
୪- ଯଦି ତିଳ ଜଳରେ ମିଶାଇ ସ୍ନାନ କରି, ଘିଅ, ଚିନି ଓ ତିଳ ଏକ ପାତ୍ରରେ ଭର୍ତ୍ତି କରି ଭଗବାନ ବିଷ୍ଣୁଙ୍କୁ ସମର୍ପଣ କରି, ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ରରେ ଅଗ୍ନିରେ ଆହୁତି ଦେଇ ଦେବେ ତେବେ ବ୍ୟକ୍ତିର ସବୁ ପାପ ନାଶ ହୋଇଯିବ ।
୫- ତିଳ ଓ ମହୁ ଦାନ କରିବେ, ଗୃହର ପୂଜା ସ୍ଥାନରେ ରାଶିତେଲର ଦୀପ ଜଳାଇ ନାରାୟଣଙ୍କ ଆରାଧନାରେ ବସିବେ ତେବେ ସବୁ
ପା-ପ ନା-ଶ ହୋଇ ଶରୀର ସୁସ୍ଥ ରହିବ ।
୬- ଗଙ୍ଗା ଆଦିରେ ସ୍ନାନ କରି ପିତୃ ପୁରୁଷଙ୍କ ଉଦେଶ୍ୟରେ ପାଣିରେ କଳାରାଶି ମିଶେଇ ତର୍ପଣ କରିବେ ତେବେ ସବୁ ପ୍ରକାର ପା-ପ ବା ରୋ-ଗ ନା-ସ ହୋଇ ଯିବ ।
୭- ଏହି ଦିନ ଶୁଦ୍ଧ ଭୂମି ଉପରେ ରାଶି ବିଛାଇ କଳା ରଙ୍ଗର ବସ୍ତି ବିଛାଇବେ ଓ ତାକୁ ସବୁ ପ୍ରକାର ବସ୍ତୁ ସହିତ ଦାନ କରିବେ ତେବେ ଅନନ୍ତ ଫଳପ୍ରାପ୍ତ ହୋଇଥାଏ ।
୮- ସେହିପରି ଏହି ଦିନ ଗୋଟିଏ ଥର ଭୋଜନ କରି ପୂର୍ଣ୍ଣିମାବ୍ରତ ପାଳନ, ଚନ୍ଦ୍ରମା ବା ସତ୍ୟନାରାୟଣ ବ୍ରତ ଯଦି କରନ୍ତି ତେବେ ସବୁ ପ୍ରକାର ସୁଖ, ସମ୍ପଦ ଓ ଶ୍ରେୟ ପ୍ରାପ୍ତି ହେବା ସହିତ ସବୁ କଷ୍ଟ ନିବାରଣ ହୋଇଥାଏ ।
