ମଙ୍ଗଳବାର ସନ୍ଧ୍ୟାରେ କରନ୍ତୁ ଏହି ଉପାୟ ! ପ୍ରସନ୍ନ ହେବେ ଭଗବାନ ହନୁମାନ, ଦୂର ହେବ ସମସ୍ତ ଅସୁବିଧା
ମଙ୍ଗଳବାର ହେଉଛି ଭଗବାନ ହନୁମାନଙ୍କ ବାର । ଏହିଦିନ ବିଧି ବିଧାନ ସହ ହନୁମାନଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଯଦି ଆପଣଙ୍କୁ ଲାଗୁଛି କି ହାତ ପାହାନ୍ତଙ୍କୁ ସଫଳତା ଆସି ଆପଣ ବିଫଳ ହେଉଛନ୍ତି ତେବେ ମଙ୍ଗଳବାର କରନ୍ତୁ କିଛି ଉପାୟ ।
ମଙ୍ଗଳବାର ଦିନ କିଛି ଖାସ ଉପାୟ କରିବା ଦ୍ୱାରା ଭଗବାନ ହନୁମାନ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି। ଆଜି ଆମେ ଆପଣଙ୍କୁ ଏମିତି କିଛି ଖାସ ଉପାୟ ବିଷୟରେ ଜଣେଇବୁ ଯାହା ଆପଣ ମଙ୍ଗଳବାର ଦିନ ଅବଶ୍ୟ କରିବା ଉଚିତ। ଏହା ସହିତ ଜାଣିବା ମଙ୍ଗଳବାର ଦିନ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ ଏବଂ କେଉଁ ଜିନିଷର ସେବନ କରିବା ଉଚିତ ନୁହେଁ। ଆସନ୍ତୁ ଜାଣିବା ମଙ୍ଗଳବାର ଦିନ କେଉଁ କାମ କରିବା ଉଚିତ ଏବଂ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ
ମଙ୍ଗଳବାରର ସ୍ୱାମୀ ମଙ୍ଗଳ ଗ୍ରହ ଅଟନ୍ତି ଏଥିପାଇଁ ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳବାର ଦିନ କିଛି କାର୍ଯ୍ୟ କରିବାକୁ ବର୍ଜିତ କରାଯାଇଛି। କେତେକ ଲୋକ ଜଣା ଅଜାଣତରେ ମଙ୍ଗଳବାର ଦିନ କିଛି ଏମିତି କାର୍ଯ୍ୟ କରିଥାନ୍ତି ଯେଉଁ କାରଣରୁ ତାଙ୍କ ଜୀବନରେ ଦୁର୍ଭାଗ୍ୟ ବନି ରହିଥାଏ। ତେବେ ଆସନ୍ତୁ ଜାଣିବା ମଙ୍ଗଳବାର ଦିନ କଣ କରିବେ ଏବଂ କଣ ନୁହେଁ।
ଜାଣନ୍ତୁ ଉପାୟ :
ମଙ୍ଗଳବାର ଦିନ ରାମ ମନ୍ଦିର ଯାଆନ୍ତୁ । ହନୁମାନଙ୍କ ଶ୍ରୀ ରୂପର ମସ୍ତକ ସିନ୍ଦୁର ଡାହାଣ ହାତର ଅଙ୍ଗୁଳିରେ ଆଣି ସୀତା ମାତା ଶ୍ରୀ ରୂପର ଶ୍ରୀଚରଣରେ ଲଗାଇ ଦିଅନ୍ତୁ ଏବଂ ନିଜ ମନସ୍କାମନା ପୂରଣ କରିବା ପାଇଁ ପ୍ରର୍ଥନା କରନ୍ତୁ ।
ଶନିବାର ବା ମଙ୍ଗଳବାର ଦିନ ସକାଳୁ ସୂତାର ତଳ ଭାଗରେ ୪ଟି ଲଙ୍କା, ଉପର ଭାଗରେ ୩ ଟି ଲଙ୍କା ଏବଂ ମଝିରେ ଲେମ୍ବୁ ଗୁନ୍ଥି ଘର ଏବଂ ବ୍ୟବସାୟିକ ସ୍ଥାନର ଦୁଆର ବନ୍ଧରେ ଟଙ୍ଗି ଦିଅନ୍ତୁ । ଏହାଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ।
ମଙ୍ଗଳବାର ଦିନ ସନ୍ଧ୍ୟାରେ ହନୁମାନଙ୍କୁ କେୱଡା ଅତର ଏବଂ ଗୋଲାପ ମାଳା ଚଢାନ୍ତୁ । ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ଏହା ସବୁଠାରୁ ସହଜ ଉପାୟ ।
ଜୀବନରେ ସମସ୍ତ ସମସ୍ୟା ନିବାରଣ ପାଇଁ ହନୁମାନଙ୍କ ମନ୍ଦିର ଯାଆନ୍ତୁ ଏବଂ ରକ୍ଷା ସ୍ର୍ତ୍ରୋତ ପାଠ କରନ୍ତୁ ।
ମଙ୍ଗଳବାର ସନ୍ଧ୍ୟାରେ ହନୁମାନ ମନ୍ଦିର ଯାଇ ଗୋଟେ ସୋରିଶ ତେଲ ଦୀପ ଏବଂ ଗୋଟେ ଘିଅ ଦୀପ ଜଳାନ୍ତୁ । ଏହାପରେ ସେଠାରେ ବସି ହନୁମାନ ଚାଳିଶା ପାଠ କରନ୍ତୁ ।
