ଶୁକ୍ରବାରରେ କରନ୍ତୁ ଏହି ଉପାୟ, ସୌଭାଗ୍ୟ ପ୍ରାପ୍ତି ସହ ସମସ୍ତ ଦୁଃଖରୁ ମିଳିବ ମୁକ୍ତି !
ଶୁକ୍ରବାର ଶୁକ୍ରଦେବଙ୍କ ଦିନ । ଭୌତିକ ସୁଖ, ସମ୍ପନ୍ନତାର କାରକ ହେଉଛନ୍ତି ଶୁକ୍ରଦେବ । ଜ୍ୟୋତିଷଶାସ୍ତ୍ରରେ ମାନ୍ୟତା ରହିଛି କି, ଶୁକ୍ରବାର ଦିନ ଶୁକ୍ର ଗ୍ରହ ସହ ଜଡିତ କିଛି ବିଶେଷ ଉପାୟ କରିବା ଦ୍ୱାରା ଜୀବନରେ ଭୌତିକି ସମ୍ପନ୍ନତା ବଳବତ୍ତର ରହିଥାଏ । ସେହିପରି ଶୁକ୍ରବାର ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଏହି ଦିନ ଲକ୍ଷ୍ମୀ ମାତାଙ୍କୁ ପ୍ରସନ୍ନ କଲେ ଶୁଭ ଫଳ ପ୍ରାପ୍ତି ହୁଏ । କୁହାଯାଏ ମା’ ଲକ୍ଷ୍ମୀ ନିଜ ଅର୍ଚ୍ଚନା ଦ୍ୱାରା ଯେତିକି ପ୍ରସନ୍ନ ହୋଇଥାନ୍ତି ତାଠାରୁ ଅଧିକ ବିଷ୍ଣୁଙ୍କ ଆରଧାନାରେ ଖୁସି ହୋଇଥାନ୍ତି । ଯଦି ଆପଣ ସମସ୍ତ ଦୁଃଖରୁ ଛୁଟ୍ କାରା ପାଇବାକୁ ଚାହୁଁଛନ୍ତି ତେବେ ଶୁକ୍ରବାର ଦିନ ଦକ୍ଷିଣାବର୍ତ୍ତି ଶଙ୍ଖରେ ପାଣି ଭରି ଭଗବାନ ବିଷ୍ଣୁଙ୍କୁ ଅଭିଶେକ କରନ୍ତୁ । ଏହାଦ୍ୱାରା ବହୁତ ଶୀଘ୍ର ସୌଭାଗ୍ୟ ପ୍ରାପ୍ତି ହେବେ ଏବଂ ସମସ୍ତ ଦୁଃଖରୁ ମୁକ୍ତି ମିଳିବ । ଏଭଳି ଅନେକ ଉପାୟ ଅଛି ଯାହା ଶୁକ୍ରବାର ଦିନ କରିବା ଦ୍ୱାରା ଧନଲାଭ ହୋଇଥାଏ । ଏହାସହିତ ଏହି ଉପାୟ କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ ।
ଶୁକ୍ରଗହର ଶୁଭତା ପ୍ରାପ୍ତି ପାଇଁ ଶୁକ୍ରବାର ବ୍ରତ ରଖନ୍ତୁ ଏବଂ ଶୁକ୍ର ସମ୍ବନ୍ଧୀୟ ଜିନିଷ ଦାନ କରନ୍ତୁ । ଏହାସହିତ ଶୁକ୍ରଦେବଙ୍କ ଓଁ ଶୁଂ ଶୁକ୍ରାୟ ନମଃ ମନ୍ତ୍ର ଜପନ୍ତୁ ।
ସେହିପରି ନିଜକୁ ଏବଂ ନିଜ ଘରକୁ ସଫାସୁତୁରା ନରଖିବା ଦ୍ୱାରା ଶୁକ୍ର ଗ୍ରହଙ୍କ ଖରାପ ପ୍ରଭାବ ପଡିଥାଏ । ସେଥିପାଇଁ ଶୁକ୍ରଙ୍କୁ ପ୍ରସନ୍ନ କରିବା ଦ୍ୱାରା ପାଇଁ ନିଜକୁ ଏବଂ ନିଜ ଘରକୁ ସଫା ସୁତୁରା କରି ରଖନ୍ତୁ । ଏହାସହିତ ସର୍ବଦା ସଫା କପଡା ଧାରଣ କରନ୍ତୁ ।
ଧଳା ରଙ୍ଗର ସ୍ୱାମୀ ହେଉଛନ୍ତି ଶୁକ୍ର ଗ୍ରହ । ସେଥିପାଇଁ ଶୁକ୍ରବାର ଦିନ ଶୁକ୍ରଙ୍କ ପସନ୍ଦର ଧଳା ରଙ୍ଗର ବସ୍ତୁ ପ୍ରୟୋଗ କରନ୍ତୁ । ଖାସ୍ କରି ଏହି ଦିନ ଧଳାରଙ୍ଗର ବସ୍ତ୍ର ପିନ୍ଧିବାକୁ ଚେଷ୍ଟା କରନ୍ତୁ ।
ଶୁକ୍ରବାର ଦିନ ଧଳା ଜିନିଷ ଯେପରିକି ଖୀର, ଦହି, ଚାଉଳ, ଚିନି, ଅଟା, ଘିଅ, ମିଶିରି, ଧଳା କପଡା, ଆଦି ଦାନ କରିବା ଦ୍ୱାରା ଶୁଭ ହୋଇଥାଏ । ଶୁକ୍ରଙ୍କ ଶୁଭତା ପାଇଁ ପିମ୍ପୁଡି ଚିନି ଖାଇବାକୁ ଦିଅନ୍ତୁ ।
ସେହିପରି ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ପୂଜା କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ । ସେଥିପାଇଁ ଏହିଦିନ ମା ଲକ୍ଷ୍ମୀଙ୍କୁ ପୂଜନ୍ତୁ । ଧାର୍ମିକ ମାନ୍ୟତା ଅନୁସାରେ ମା ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କୁ ବି ପୂଜିବା ଉଚିତ୍ ।
ଶୁକ୍ରବାର ଦିନ ଏକ ହଳଦିଆ କପଡାରେ ପାଞ୍ଚୋଟି କଉଡି କିଛି କେଶର ଏବଂ ଗୋଟେ ଚାନ୍ଦୀ କଏନ ବାନ୍ଧି ନିଜ ଆଲମିରାରେ ରଖି ଦିଅନ୍ତୁ । ଏହାର କିଛି ଦିନ ମଧ୍ୟରେ ଘରେ ଧନ ଆଗମନ ହେବାର ସମ୍ଭାବନା ରହିଛି । ଏହାସହିତ ପୁରୁଣା କରଜରୁ ମୁକ୍ତି ମିଳିଥାଏ ।
ଶୁକ୍ରବାର ସନ୍ଧ୍ୟାରେ ଘରର ଇଶାଣ କୋଣରେ ଦେଶୀ ଘିଅରେ ଦୀପ ଜଳାନ୍ତୁ । ଧ୍ୟାନ ରଖିଥିବେ କି ଦୀପରେ ଯେପରି କେଶର ଏବଂ ଲାଲ ବତୀ ଦେବାକୁ ଭୁଲିବେ ନାହିଁ । ଏହାର ପ୍ରଭାବ ତୁରନ୍ତ ଦେଖିବାକୁ ମିଳିଥାଏ ।
ଏହି ଦିନ ଗରିବଙ୍କୁ ଧଳା ବସ୍ତ୍ର ଏବଂ ଖାଦ୍ୟପଦାର୍ଥ ଦାନ କରିବା ଉଚିତ୍ । ଯଦି ଆପଣ କୌଣସି ଭିନ୍ନକ୍ଷମ ଭିକାରୀ ଏବଂ ଗାଈକୁ ଖୁଆଉଛନ୍ତି ତେବେ ଏହା ଅତ୍ୟଧିକ ଶୁଭ ହୋଇଥାଏ । ଖୁବ୍ ଶୀଘ୍ର ମାଲାମାଲ ହେବାର ରାସ୍ତା ଖୋଲି ଯିବ ।
ଶୁକ୍ରବାର ଦିନ ୩ଟି କୁଆଁରୀ କନ୍ୟାକୁ ଘରକୁ ଡାକି ଭୋଜନ କରାଇବା ସହ ସେମାନଙ୍କୁ ଦକ୍ଷିଣା ଏବଂ ହଳଦିଆ ବସ୍ତ୍ର ଦାନ କରନ୍ତୁ ।ଏହାଦ୍ୱାରା ଧନଲାଭ ହେବ ।
