ଡିଏନ୍ଏ ଜୁନିଅର ପ୍ରି-ସ୍କୁଲର ମସକ୍କଲି ୨.୦
କଟକ : ସିଡିଏ ସେକ୍ଟର-୭ ସ୍ଥିତ ଡିଏନଏ ଜୁନିଅର ପ୍ରି-ସ୍କୁଲର ମସକ୍କଲି ୨.୦ ନାମକ ୨୦୨୨-୨୩ ଅଧିବେଶନ କଳାବିକାଶ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ସାଗରିକା ବେହେରାଙ୍କ ପୈାରୋହିତ୍ୟରେ ଏବଂ ନିର୍ଦ୍ଦେଶକ ଇଂ ସୁମିତ ରଂଜନ ସାହୁଙ୍କ ସଂଯୋଜନାରେ ଅୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ ବିଧାୟକ ମହମ୍ମଦ ମୋକିମ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ତଥା ପରିବେଶ ବିଜ୍ଞାନୀ ଡ. ଆଶୁତୋଷ ଦେବତା ଓ ସମ୍ମାନିତ ଅତିଥି ଭାବେ ରୁଚି କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ ଯୋଗଦେଇଥିଲେ । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ପାଇଁ ଅତିଥିମାନେ ପୁରସ୍କାର ବଣ୍ଟନ କରିଥିଲେ । କଟକର ପ୍ରାକ୍ ବିଦ୍ୟାଳୟ ସେବା କ୍ଷେତ୍ରରେ ଏହି ବିଦ୍ୟାଳୟ ଉଚ୍ଚକୋଟୀର ପାରଦର୍ଶିତା ପ୍ରଦର୍ଶନ କରିଛି ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ଏହି ଅବସରରେ ସ୍କୁଲର ଅନ୍ୟତମ ଶିକ୍ଷୟିତ୍ରୀ ସସ୍ମିତା ସାହୁଙ୍କ ବିଶେଷ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା । ଇଂ ପ୍ରେମ ନିଶାନ ସାହୁ ଧନବାଦ ଅର୍ପଣ କରିଥିଲେ ।
