ବାରିପଦା : ଦେଓ ବିସ୍ଥାପିତଙ୍କ ଥଇଥାନ ନେଇ ଜିଲାପାଳଙ୍କ ସମୀକ୍ଷା ବୈଠକ
- ବିସ୍ଥାପିତମାନଙ୍କ ପାଇଁ ମାଟିବନ୍ଧ, ସ୍ପିଲୱେ, ପେରି ଫେରି ରାସ୍ତା ବାବଦରେ ଆଲୋଚନା
ବାରିପଦା : ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଫେସିଲିଟେସନ କେନ୍ଦ୍ର ଠାରେ ଦେଓ ଜଳସେଚନ ପ୍ରକଳ୍ପ ଅଧିନରେ ବିସ୍ଥାପିତ ହେବାକୁ ଥିବା ୫ ଟି ଗ୍ରାମର ଗ୍ରାମବାସୀଙ୍କ ଥଇଥାନ ବାବଦୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସମୀକ୍ଷା ବୈଠକରେରେ ବିସ୍ଥାପିତ ମାନଙ୍କ ପାଇଁ ମାଟିବନ୍ଧ, ସ୍ପିଲୱେ, ପେରି ଫେରି ରାସ୍ତା ଇତ୍ୟାଦି ବାବଦରେ ଆଲୋଚନା ହୋଇଥିଲା ।
ଜିଲାପାଳ ଶ୍ରୀ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅତିରିକ୍ତ ଜିଲାପାଳ ରୁଦ୍ର ନାରାୟଣ ମହାନ୍ତି, କରଞ୍ଜଆ ଉପଜିଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ, ଦେଓ ଜଳସେଚନ ପ୍ରକଳ୍ପର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. ବାଦଲ କୁମାର ସାହୁ, ଅଧିକ୍ଷଣ ଯନ୍ତ୍ରୀ ଇଂ. ଅନୀଲ କୁମାର ପାଣିଗ୍ରାହୀ, ସ୍ୱତନ୍ତ୍ର ଭୁ-ଅର୍ଜନ ତଥା ପୁନର୍ବାସ ଓ ଥଇଥାନ ଅଧିକାରୀ ଦୁଖବନ୍ଧୁ ନାୟକ, କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଇଂ. ଜୟନ୍ତ କୁମାର ସାହୁ, ଜୋନ ଅଧିକାରୀ ନଗେନ୍ଦ୍ର ମାଝି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସୂଚନା ଯେ, ବିସ୍ଥାପିତ ମାନଙ୍କର ଥଇଥାନ ଇସୁ ନେଇ ଏହି ଦେଓ ଜଳସେଚନ ପ୍ରକଳ୍ପ ଦୀର୍ଘ ୨୮ ବର୍ଷଧରି କାର୍ଯ୍ୟକାରୀ ହୋଇପାରୁ ନଥିବା ବେଳେ କରଞ୍ଜିଆ ଉପଜିଲାପାଳ ଡ. ବିଶ୍ୱାଳ ଯୋଗଦେବା ପରେ କେନାଲ କାମ ତ୍ୱରାନ୍ୱିତ ହୋଇଥିବାରୁ ସମ୍ପୃକ୍ତ ଅଞ୍ଚଳବାସୀ ତଥା ଚାଷୀମାନେ ଜିଲାପାଳ ଓ ଉପଜିଲାପାଳଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରିଛନ୍ତି ।
