ଜିଲ୍ଲା ସ୍ତରୀୟ ଗୁରୁଦିବସ ପାଳନ ସମାରୋହ ୭୦ କୃତି ଶିକ୍ଷକ ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ
ବାରିପଦା : ପ୍ରୟାସ ସମ୍ମିଳନୀ କକ୍ଷରେ ପବିତ୍ର ଗୁରୁଦିବସ ଅବସରରେ ଜିଲ୍ଲା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ସମନ୍ୱୟ ସମିତି ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି ଓ ଏହି ଉତ୍ସବରେ ୯ ଜଣ ଅବସରପ୍ରାପ୍ତ କୃତୀ ଶିକ୍ଷକ ଆନନ୍ଦ ଚନ୍ଦ୍ର ପୃଷ୍ଟି, ସୁବାସିନୀ ପତି, ସୌଦାମିନୀ ପଣ୍ଡା, ଉପେନ୍ଦ୍ର ନାଥ ଖଣ୍ଡେଇ, ବୁଧୁରାମ ସିଂ, ହିମାଂଶୁ କୁମାର ସି, ଅଜୟ କୁମାର ବାରିକ, ରଂଜିତ ପଟ୍ଟନାୟକ ଓ ଦମୟନ୍ତୀ ମହାନ୍ତଙ୍କ ସମେତ ଜିଲ୍ଲାର ୨୬ ଟି ବ୍ଲକରୁ ମୋଟ ୭୦ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ଓ ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଦେଶର ଭବିଷ୍ୟତ ତଥା ସମାଜ ଗଠନରେ ଗୁରୁ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ ଓ ସମ୍ମକ୍ଷନୀୟା ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ପ୍ରାଥମିକ ଶିକ୍ଷକଙ୍କ ଭୂମିକା ଛାତ୍ର ଛାତ୍ରୀମାନଙ୍କ ମନରେ ଜୀବନ ସାରା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥାଏ ବୋଲି କହିଥିଲେ ଓ ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ନବ କିଶୋର ଗିରି ଶିକ୍ଷକ ମାନଙ୍କର ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ ଓ ସଂଗଠନର ଅଧ୍ୟକ୍ଷ ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଆବାହକ ବିମଳ କୁମାର ଆଚାର୍ଯ୍ୟ, ସଂଯୋଜକ ହରେକୃଷ୍ଣ ବାରିକ, କାର୍ଯ୍ୟକର୍ତା ଆରତ କୁମାର ପରିଡା, ରାକେଶ କୁମାର ପ୍ରଧାନ ଓ ଛବିଲତା ବାରିକ ଗୁରୁଦିବସର ତାତ୍ପର୍ଯ୍ୟକୁ ଉପଲବ୍ଧି କରି ସୁସ୍ଥ ସମାଜ ଗଠନ ଦିଗରେ ବ୍ରତି ହେବା ପାଇଁ ଶିକ୍ଷକ ସମାଜକୁ ଆହ୍ୱାନ ଦେଇଥିଲେ ଓ ସୋମନାଥ ସିଂହ ମଂଚ ପରିଚାଳନା କରିଥିବା ବେଳେ ମିଡ଼ିଆ ସମ୍ପାଦକ ଗଦାଧର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ଓ ଶିକ୍ଷକ ଶିବ କୁମାର ମହାପାତ୍ର, ବଳରାମ ନାଥ, ଯାମିନୀ କାନ୍ତ ପଣ୍ଡା, ସିଦ୍ଧେଶ୍ୱର ମିଶ୍ର, ପ୍ରଦୀପ ନାଥ, ଶିବ ନାରାୟଣ ମହାନ୍ତ, ରାଜେନ୍ଦ୍ର ମହାନ୍ତ, ଭବେଶ ପାଣିଗ୍ରାହୀ, ଅନିଲ ମହାନ୍ତ, ପ୍ରବୀଣ ମହାନ୍ତ, ପୁରୁଷତମ ମହାନ୍ତ, ଚିରଂଜୀବ ବେହେରା, ମିନର୍ଭା ଦାସ, ରତ୍ନା ବାନାର୍ଜୀ, ସବିତା ବାଗ, ମାମିନା ଘୋଷ, ଅର୍ଘ୍ୟରୁପା ମହାନ୍ତି, ତୃପ୍ତି ପଟ୍ଟନାୟକ, ଅନିମା ପଣ୍ଡା ଓ ଭାରତୀ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ଓ
