ଜିଲ୍ଲା ସ୍ତରୀୟ ଆଶା ଓ ଜିକେଏସ ସମ୍ମିଳନୀ ନାରୀଗାଁ ଜିକେଏସ ଓ ଦୁଇ ଆଶା କର୍ମୀ ଙ୍କୁ ଶ୍ରେଷ୍ଠ ପୁରସ୍କାର
ବୋରିଗୁମ୍ମା : କୋରାପୁଟ ଜିଲ୍ଲା ସଦର ମହକୁମା ସ୍ଥିତ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି(ଜିକେଏସ)ଅନୁଷ୍ଠିତ ହୋଇଥିଲା । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ନାରିଗାଁ ଗାଁ କଲ୍ୟାଣ ସମିତି କୁ ଜିଲ୍ଲାର ଶ୍ରେଷ୍ଠ ଗାଁ କଲ୍ୟାଣ ସମିତି ଭାବରେମୁଖ୍ୟ ଅତିଥି ତଥା କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅବଦୁଲ ଅଖତର ଦ୍ଵାରା ସମ୍ମାନିତ କରିଛନ୍ତି।ଏହା ବାବଦ କୁ ୧୦ ହଜାର ଟଙ୍କା ପୁରସ୍କାର ରାଶି ଓ ଔପଢକନ ପ୍ରଦାନ କରିଛନ୍ତି।ସେହିପରି ସର୍ଗିଗୁଡା ଆଶା ଶ୍ରୀମତୀ ଅମିତା ପୂଜାରୀ ଏବଂ ବଡ଼ଦୁବୁଲି ଗ୍ରାମର ଆଶା ଶ୍ରୀମତୀ ଭଗବତୀ ପେଣ୍ଠିଆଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିଲ୍ଲା ସ୍ତରରେ ଶ୍ରେଷ୍ଠ ଆଶା କର୍ମୀ ଭାବରେ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ମାନିତ କରଯାଇଛି।ଏହି ଉତ୍ସବରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼.ଅରୁଣ କୁମାର ପାଢୀ ଙ୍କ ସହ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।ପୁରସ୍କାରପ୍ରାପ୍ତ ନାରୀଗାଁ ଗାଁ କଲ୍ୟାଣ ସମିତି ଓ ଦୁଇ ଆଶା କର୍ମୀ ଙ୍କୁ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସ୍ୱାସ୍ଥ୍ୟ ଅଧିକାରୀ ଡ଼.ହରପ୍ରସାଦ ପାଣିଗ୍ରାହୀ ଓ ଅନ୍ୟ କର୍ମଚାରୀ ମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
