ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଜିଲ୍ଲାକୋର୍ଟର ଡିଜିଟାଇଜେସନ ହବ୍ ଉଦଘାଟିତ
ବାରିପଦା : ସ୍ଥାନୀୟ ତକତପୁର ଠାରେ ଜିଲ୍ଲା ଜଜକୋୖର୍ଟର ଏକ ଡିଜିଟାଇଜେସନ ହବ୍ କୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ସୁପ୍ରିମ କୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଧନଂଜୟ ଯୋଶବନ୍ତ ଚନ୍ଦ୍ରଚୂଡ଼ ଉଦଘାଟନ କରି ନ୍ୟାୟପାଳିକାର ରେକର୍ଡକର ସଂରକ୍ଷଣ ନିମନ୍ତେ ଆଧୁନିକ ଟେକ୍ନୋଲୋଜିର ଉପଯୋଗ ମାଧ୍ୟମରେ ଏଗୁଡିକୁ ସ୍ଥାୟୀ ତଥା ସୁରକ୍ଷିତ ଭାବେ ଭବିଷ୍ୟତ ପାଇଁ ସଂରକ୍ଷଣ କରି ରଖାଯିବା ପାଇଁ ଏହି ଡିଜିଟାଇଜେସନ ହବ୍ ର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏହି ଉଦଘାଟନୀ ଉତ୍ସବ ରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଏସ.ମୁରଲୀଧର ଙ୍କ ସମେତ ହାଇକୋର୍ଟ ର ଅନ୍ୟାନ୍ୟ କମ୍ପାନୀୟନ ବିଚାରପତି ମାନେ ଉପସ୍ଥିତ ଥିବାବେଳେ ହାଇକୋର୍ଟ ର ଆର ଆରଡିସି କମିଟିର ଅଧ୍ୟକ୍ଷ ଜଷ୍ଟିସ ଦେବବ୍ରତ ଦାଶ ସ୍ୱାଗତ ଭାଷଣ ଓ ଜଷ୍ଟିସ ଶଶୀକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବାରିପଦାର ତକତପୁର ଠାରେ ଜିଲ୍ଲା ଓ ଦୌରା ଜଜ ଅରବିନ୍ଦ ପଟ୍ଟନାୟକ ଏହି ହବ୍ ର ଉଦଘାଟନୀ ଫଳକକୁ ଅନାବରଣ କରିଥିବା ବେଳେ, ପରିବାର ଅଦାଲତ ଜଜ ବିରଂଚି ନାରାୟଣ ମହାନ୍ତି, ଭିଜିଲାସନ୍ସ ଜଜ ପ୍ରସନ୍ନ କୁମାର ପଣ୍ଡା, ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ ସୁରେଶ ପ୍ରଧାନ, ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଜଜ ଦୀପକ ରଂଜନ ସାହୁ, ରେଜିଷ୍ଟ୍ରକ୍ଷର ଆଶିଷ କୁମାର ପରିଛା ଅଂଶ ଗ୍ରହଣ କରିଥବା ବେଳେ କୋୖର୍ଟ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଏହି ଅବସର ରେ ରାଜ୍ୟରେ ମୋଟ ୯ଟି ହବ୍ ଖୋଲାଯାଇଥିବା ବେଳେ, ୩୦ଟି ଯାକ ଜିଲ୍ଲାର ରେକର୍ଡ ଏହି ହବ୍ ଗୁଡିକରେ ଡିଜିଟାଇଜେସନ କରାଯିବ ବୋଲି ଜଣାଯାଇଛି ।
