ଜିଲାସ୍ତରୀୟ ଆଚାର୍ଯ୍ୟାଆଚାର୍ଯ୍ୟ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ
ବାଲେଶ୍ୱର : ବାଲେଶ୍ୱର ଗୋପାଳ ଗାଁ ସ୍ଥିତ ଆବାସିକ ବର୍ଗ ବିବେକାନନ୍ଦ ବେଦମତୀ ସ୍କୁଲ ପରିସରରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡ଼ିଶା ପକ୍ଷରୁ ଦୁଇ ଦିବସୀୟ ‘ଜିଲାସ୍ତରୀୟ ଆଚାର୍ଯ୍ୟାଆଚାର୍ଯ୍ୟ ପ୍ରଶିକ୍ଷଣ ବର୍ଗ’ ଅନୁଷ୍ଠିତ ହୋଇଛି । ଜିଲାର ବିଭିନ୍ନ ପ୍ରାନ୍ତରୁ ୪୦ ରୁ ଉର୍ଦ୍ଧ୍ୱ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ଶତାଧିକ ଆଚାର୍ଯ୍ୟାଆଚାର୍ଯ୍ୟ ଅଂଶଗ୍ରହଣ କରିଥିଲେ ।
ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଜିଲା ପ୍ରମୁଖ ଦୀପ୍ତିକାନ୍ତ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ରାଜ୍ୟ ଶିକ୍ଷକ ପ୍ରଶିକ୍ଷିକା ଗୀତାଞ୍ଜଳି ପାଣିଗ୍ରାହୀ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ଅନୁଷ୍ଠାନର ରାଜ୍ୟ ସଂଯୋଜକ ଗୌରାଙ୍ଗ ବିଶ୍ୱାଳ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ । ପ୍ରଶିକ୍ଷକ ଭାବେ ରାଜ୍ୟ ଗଣିତ ପ୍ରମୁଖ ଲକ୍ଷ୍ମୀଧର ଆଚାର୍ଯ୍ୟ, ରାଜ୍ୟ ଶିଶୁ ବାଟିକା ପ୍ରମୁଖ ବସନ୍ତ ମଞ୍ଜରୀ ନନ୍ଦ, ରାଜ୍ୟ ପ୍ରାର୍ଥନା ପ୍ରମୁଖ ଦିଲ୍ଲିପ କୁମାର ମଲ୍ଲିକ, ଇଂରାଜୀ ପ୍ରଶିକ୍ଷକ ସଞ୍ଜୀବ କୁମାର ମଣ୍ଡଳ ପ୍ରମୁଖ ଯୋଗଦେଇ ପ୍ରଶିକ୍ଷଣ ଦେଇଥିଲେ । ସେହିପରି ସମାରୋପ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ‘ପ୍ରତିଭାଶ୍ରୀ’ର ମୁଖ୍ୟ କବି ପ୍ରଶାନ୍ତ ଦାସ ଯୋଗଦେଇ ରାଷ୍ଟ୍ର ନିର୍ମାଣରେ ଗୁରୁମାଗୁରୁଜୀଙ୍କ ଭୂମିକା ସମ୍ପର୍କରେ ବହୁ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ । ଶେଷରେ ଜିଲା ନିରୀକ୍ଷକ ଶମ୍ଭୁନାଥ ଯାଦବ ଧନ୍ୟବାଦ ଅର୍ପଣ କରିଥିଲେ । ଚାନ୍ଦିପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ପ୍ରଦୀପ ମାଝୀ, ମାନସିଂବଜାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ଗୟାଧର କର, ବଇଁଚା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ଲମ୍ବୋଦର ପ୍ରଧାନ ପ୍ରମୁଖ ବର୍ଗ ପରିଚାଳନାରେ ସହଯୋଗ କରିଥିଲେ ।
