ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ
ବାଲେଶ୍ୱର : ସ୍ୱାସ୍ଥ୍ୟସେବା ସହାୟକ ଚେରିଟେବୁଲ ଟ୍ରଷ୍ଟ ବାଲେଶ୍ୱର ତରଫରୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ, ବିସ୍କୁଟ ଓ ହର୍ଲିକ୍ସ ବଣ୍ଟନ କରାଯାଇଛି । ବିଭିନ୍ନ ୱାର୍ଡ଼ର ୩୫୦ଟି ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଥିଲା ।
ପ୍ରାରମ୍ଭରେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସର ଟ୍ରଷ୍ଟ କାର୍ଯ୍ୟାଳୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଟ୍ରଷ୍ଟର ସଭାପତି ଡା. ମୀରା ପତି ସଭାପତିତ୍ୱ କରିଥିଲେ । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲସେନ ଜଗଦ୍ଦେବ ଆନୁଷ୍ଠାନିକ ଉଦ୍ଘାଟନ କରି ଗୋପବନ୍ଧୁ ଆଦର୍ଶକୁ ପାଥେୟ କରି ଜନସେବାରେ ବ୍ରତୀ ଥିବା ଉକ୍ତ ଟ୍ରଷ୍ଟର ଭୂୟସୀ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ଟ୍ରଷ୍ଟ ସମ୍ପାଦକ ଅନନ୍ତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଉପେନ୍ଦ୍ର ପାତ୍ର, ଦୀନବନ୍ଧୁ ଲେଙ୍କା, ରତ୍ନାକର ଦାସ, ରବୀନ୍ଦ୍ର ପ୍ରହରାଜ, ମନ୍ମୟ ଦାସ, ଲକ୍ଷ୍ମଣ ବେହେରା, ସୁଶାନ୍ତ କୁମାର ଦତ୍ତ, କଳ୍ପନା ମହାନ୍ତ, ପୁରୁଷୋତ୍ତମ ବେହେରା ପ୍ରମୁଖ ଟ୍ରଷ୍ଟର କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ ।
