ସ୍ୱୟଂ ସହାୟକ ଗୋଷ୍ଠୀକୁ ଫଳ ଚାରା ବଣ୍ଟନ
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଉଦ୍ଦ୍ୟାନ ବିଭାଗ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀର ୫ଶହ ସଦସ୍ୟାଙ୍କୁ ଉନ୍ନତମନର ଆମ୍ବ, ଲେମ୍ବୁ, ପଣସ, ସଜନା ସହ ବିଭିନ୍ନ ଚାରା ବୁଧବାର ବଣ୍ଟନ କରାଯାଇଛି । ମହିଳାମାନେ ନିଜ ବାଡ଼ିବଗିଚାରେ ଏ ସମସ୍ତ ଚାରା ଲଗାଇ ନିଜ ପରିବାରର ସ୍ୱାବଲମ୍ବୀ ହୋଇପାରିବେ ବୋଲି ଚାରା ବଣ୍ଟନ ଅବସରରେ ଭୋଗରାଇ ବିଡିଓ ଶଙ୍କର କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।
ରାଜ୍ୟ ସରକାରଙ୍କ କୃଷି ଉଦ୍ଦ୍ୟାନ ବିଭାଗ ପକ୍ଷରୁ ବର୍ଷକର ସବୁ ଋତୁରେ ବିଭିନ୍ନ କିସମର ଚାରା ଯୋଗାଇ ଲୋକଙ୍କ ଆର୍ଥିକ ସ୍ଥିତିର ସୁଧାର ନିମନ୍ତେ ଏଭଳି ପଦକ୍ଷେପ ନିଆଯାଇ ଚାଷୀମାନଙ୍କୁ ଉତ୍ସାହିତ କରାଯାଉଛି ବୋଲି କୃଷି ଉଦ୍ଦ୍ୟାନ ବିଭାଗର ସହକାରୀ ଅଧିକାରୀ ସୌମ୍ୟରଥ ପ୍ରକାଶ କରିଛନ୍ତି । ଏହି ଚାରା ବଣ୍ଟନ ୭ଦିନ ଧରି କରାଯିବ ବୋଲି ଉଦ୍ଦ୍ୟାନ ବିଭାଗର ସମ୍ପ୍ରସାରଣ ଅଧିକାରୀ ମହେଶ୍ୱର ଜେନା କହିଛନ୍ତି । ଏହି ଚାରା ବଣ୍ଟନରେ ଉକ୍ତ ବିଭାଗର ଉଦ୍ଦ୍ୟାନ ସାଥୀ ବିଷ୍ଣୁପଦ ଜେନା, ରାମ ଶଙ୍କର ଜେନା, ଶିକ୍ଷିପତି ନାୟକ, ସମ୍ପ୍ରସାରଣ ଅଧିକାରୀ ସଞ୍ଜିତ ଦାସ ପ୍ରମୁଖ ସହଯୋଗ କରିଥିଲେ ।
