ଭଦ୍ରକ-ସୋର ବସ ମାଲିକ ସଂଘ ମଧ୍ୟରେ ବିବାଦ: ଭଦ୍ରକ ଓ ସୋରରେ ବସଗୁଡ଼ିକ ଅଟକ
ସୋର : ବସ ଚଳାଚଳ ସମୟ ସାରିଣିକୁ ନେଇ ସୋର ଏବଂ ଭଦ୍ରକ ମାଲିକ ସଂଘର ମ୍ମରେବିବାଦ ସୃଷ୍ଟିହେବା ‘ଳରେ ଭଦ୍ରକରେ ୨ଟି ବସ ଅଟକ ରତ୍କଥିବା ବେଳେ ସୋରରେ ଭଦ୍ରକର ସମସ୍ତ ବସକୁ ଅଟକାଇ ଦିଆଯାଇଛି । ଆଜି ଭୁବନେଶ୍ୱରୁ ବାଲେଶ୍ୱର ଆସୁଥିବା ସୋର ବସ ମାଲିକ ସଂଘର ସଂପାଦକ ଚିରଂଜୀବୀ ନାୟକଙ୍କ ମାଣିକ ବସକୁ ଭଦ୍ରକ ବସ ମାଲିକ ସଂଘ ତର‘ରୁ ଅଟକ ରଖାଯାଇଥିଲା । ଏହାପରେ ଆଉ ଏକ ମାଣିକ ବସକୁ ଅଟକ ରଖାଯିବା ‘ଳରେ ସୋର ବସ ମାଲିକ ସଂଘ ତର‘ରୁ ଏହାର ପ୍ରତିବାଦରେ ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିବା ବସଗୁଡ଼ିକୁ ସୋରରେ ଅଟକ ରଖାଯାଇଛି । ଏହାର ସମାଧାନ ନହେବା ପର୍ଯ୍ୟନ୍ତ ବସଗୁଡ଼ିକୁ ଛଡ଼ା ଯିବ ନାହିଁ ବୋଲି ସୋର ବସ ମାଲିକ ସଂଘର ସଭାପତି ଲୋକନାଥ ରାଉତ କହିଛନ୍ତି ।
