ଔଷଧ ବିତରଣ କେନ୍ଦ୍ର ବନ୍ଦ କରି ଚାଲିଗଲେ ଫାର୍ମାସିଷ୍ଟ; ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
ବାଲେଶ୍ଵର : ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ରୋଗୀ ଦେଖୁଛନ୍ତି । ଔଷଧ ପାଇଁ ରୋଗୀମାନେ ବି ଅପେକ୍ଷା କରିଛନ୍ତି । ମାତ୍ର ସମୟ ହେଇଯାଇଛି କହି ଫାର୍ମାସିଷ୍ଟ ଜଣକ ଔଷଧ ବିତରଣ କେନ୍ଦ୍ର ବନ୍ଦ କରି ଚାଲିଗଲେ । ଏଭଳି ମନମୁଖୀ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ରୂପସା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ।
ମଙ୍ଗଳବାର ଦିନ ୧୧ଟା ସମୟରେ କେତେଜଣ ରୋଗୀ ରୂପସା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ । ଟିକେଟ କାଟି ଡାକ୍ତରଙ୍କୁ ସାକ୍ଷାତ କରି ଔଷଧ କାଉଣ୍ଟର ନିକଟରେ ପହଞ୍ଚିଥିଲେ । ମାତ୍ର ଆଉଟଡୋର ସମୟ ସକାଳ ୭ରୁ ୧୧ ଟା ପର୍ଯ୍ୟନ୍ତ । ସମୟ ହୋଇଯାଇଛି କହି ଫାର୍ମାସିଷ୍ଟ ରାଧାନାଥ ଜେନା କାଉଣ୍ଟର ବନ୍ଦ କରି ସେଠାରୁ ଚାଲିଯାଇଥିଲେ । ଏହି ଘଟଣା ପରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ଭାରପ୍ରାପ୍ତ ଅଧିକାରୀ ଡା. ବିନୟ ଦାସମହାପାତ୍ରଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଶ୍ରୀ ଦାସମହାପାତ୍ରଙ୍କ ହସ୍ତକ୍ଷେପ ପରେ ଫାର୍ମାସିଷ୍ଟ ଜଣକ ଆସି ଲୋକ ମାନଙ୍କୁ ଔଷଧ ଦେଇଥିଲେ ।
