‘ୟୋଦ୍ଧା’ରେ ସିଦ୍ଧାର୍ଥଙ୍କ ସହ ନଜର ଆସିବେ ଦିଶା ପଟାନୀ ଓ ରାଶି ଖନ୍ନା
ମୁମ୍ବାଇ : ଅଭିନେତ୍ରୀ ଦିଶା ପଟାନୀ ଓ ରାଶି ଖନ୍ନା ସିଦ୍ଧାର୍ଥଙ୍କ ଅଭିନୀତ ‘ୟୋଦ୍ଧା’ରେ ଆସିବେ ନଜର । ଏ ସମ୍ପର୍କରେ ଫିଲ୍ମର ନିର୍ମାତା ସୂଚନା ଦେଇଛନ୍ତି । ଏହି ଫିଲ୍ମଟି କରନଙ୍କ ଧର୍ମା ପ୍ରଡକ୍ସନ ଦ୍ବାରା ପ୍ରଯୋଜିତ ହେଉଥିବା ବେଳେ ଏଥିରେ ନିର୍ଦ୍ଦେଶନାରେ ଡେବ୍ୟୁ କରିବେ ପୁଷ୍କର ଓଝା ଓ ସାଗର ଆମ୍ବ୍ରେ ।
ଫିଲ୍ମର ଅଭିନେତ୍ରୀଙ୍କ ସମ୍ପର୍କରେ ଧର୍ମା ପ୍ରଡକ୍ସନ ଦ୍ବାରା ସୋସିଆଲ ମିଡ଼ିଆରେ ସୂଚନା ଦିଆଯାଇଛି । ଏହି ଫିଲ୍ମ ମାଧ୍ୟମରେ ଦିଶା ଓ ରାଶି କରନଙ୍କ ଧର୍ମା ପ୍ରଡକ୍ସନ ସହିତ ପ୍ରଥମ କରି ମିଳିତ ଭାବେ କାମ କରିବାକୁ ଯାଉଛନ୍ତି । ପୂର୍ବରୁ ସିଦ୍ଧାର୍ଥ ଧର୍ମା ପ୍ରଡକ୍ସନ ସହିତ ଅନେକ ଫିଲ୍ମରେ କାମ କରିଛନ୍ତି । ସିଦ୍ଧାର୍ଥ ଡେବ୍ୟୁ ଫିଲ୍ମ ଷ୍ଟୁଡେଣ୍ଟ ଅଫ୍ ଦ ଇୟର ସହିତ ‘ହସି ତ ଫସି’, ‘କପୁର ଆଣ୍ଡ ସନସ୍’ ଓ “ସେରସାହ” ଆଦି ଲୋକପ୍ରିୟ ଫିଲ୍ମରେ ଧର୍ମା ପ୍ରଡକ୍ସନ ସହିତ କାମ କରିଛନ୍ତି ।
ସେପଟେ ଦିଶା ଓ ରାଶି ମଧ୍ୟ ଏ ସମ୍ପର୍କରେ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ସାଉଥ ଆକ୍ଟର ରାଶି ଜନ ଆବ୍ରାହମଙ୍କ ସହିତ ବଲିଉଡ଼ରେ “ମାଡ୍ରାସ କେଫେ”ରେ ଡେବ୍ୟୁ କରିବା ପରେ ପୁଣି ‘ୟୋଦ୍ଧା’ରେ କାମ କରିବାକୁ ଯାଉଛନ୍ତି । ଆସନ୍ତା ନଭେମ୍ବର ୧୧ ତାରିଖରେ ଏହି ଫିଲ୍ମ ରିଲିଜ ହେବ ବୋଲି ଜଣାପଡ଼ିଛି ।
