ରତ୍ନାକର ପତିଙ୍କ ଉପରେ ଆଲୋଚନା ସଭା
କଟକ : ସମନ୍ୱୟ ଓ ଦୋଳଗୋବିନ୍ଦ ପତି ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ବିରିବାଟିସ୍ଥିତ ରତ୍ନାକର ବିଦ୍ୟାମନ୍ଦିରରେ ଅଧ୍ୟାପକ ରତ୍ନାକର ପତିଙ୍କ ଉପରେ ଏକ ଆଲୋଚନା ସଭା ସାହିତ୍ୟିକ ଦୁଃଖିଶ୍ୟାମ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସୁରେନ୍ଦ୍ର ପଣ୍ଡା ସଭାକୁ ଉଦଘାଟନ କରିଥିଲେ । ଓଡିଶାର ପ୍ରଥମ ଓଡିଆ ସାହିତ୍ୟ ଅଧ୍ୟାପକ ଶ୍ରୀ ପତି ଥିଲେ ଆଜୀବନ ଜ୍ଞାନ ତପସ୍ୱୀ । ସେ ଜଣେ ସାହିତ୍ୟିକ, ଦାର୍ଶନିକ ଓ ପ୍ରବୀଣ ଶିକ୍ଷକ ଥିଲେ ବୋଲି ଉପସ୍ଥିତ ଅତିଥିମାନେ ମତପୋଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର ବାରିକ, ପ୍ରଶାନ୍ତ ଦାସ, କଲ୍ୟାଣ କୁମାର ପତି, ଡ. ବୈଜୟନ୍ତୀ ମିଶ୍ର, ବିଜୟଲକ୍ଷ୍ମୀ ସାହୁ, ଇଂ ଅବିନାଶ ପରିଡା, ଦୋଳଗୋବିନ୍ଦ ସାହୁ, ପ୍ରଫେସର ଦୁର୍ଗାପ୍ରସନ୍ନ ନନ୍ଦ, ଇଂ ପ୍ରଦୀପ୍ତ ମହାପାତ୍ର, ପ୍ରଣତୀ ମିଶ୍ର, ପ୍ରମୁୁଖ ଉପସ୍ଥିତ ଥିଲେ । ଆଇନଜୀବୀ ଦେବେନ୍ଦ୍ର ପରିଡା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ମୁରଲୀଧର ଶତପଥୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଆଇନଜୀବୀ ଦେବେନ୍ଦ୍ର ନାରାୟଣ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ । କବି ନିବାଶ ମିଶ୍ରଙ୍କ ସଂଯୋଜନାରେ ପ୍ରିୟଙ୍କା ସାହୁ, କବୀର ଜେନା, ଆଲୋକ ପଣ୍ଡା, ଆଶୁତୋଷ ଦାସ, ବିମ୍ବାଧର ଶତପଥୀ, ନୟନ ପତି କବିତା ପାଠ କରିଥିଲେ ।
