ସାଧାରଣ ଜନତାଙ୍କ ପାଇଁ ନିରାଶଜନକ ଖବର! ଜିଏସ୍ଟିର ୫% ସ୍ଲାବକୁ ବଢ଼ାଇ ୮% କରିବେ ସରକାର
ନୂଆଦିଲ୍ଲୀ : ମହଙ୍ଗା ମୋର୍ଚ୍ଚାରେ ସାଧାରଣ ଜନତାଙ୍କ ପାଇଁ ନିରାଶଜନକ ଖବର । ଜିଏସଟିର ସବୁଠୁ କମ ସ୍ଲାବରେ ସରକାର ଟ୍ୟାକ୍ସ ବୃଦ୍ଧି କରି ପାରନ୍ତି । ପିଟିଆଇର ସୂଚନା ଅନୁଯାୟୀ, ଜିଏସଟି ପରିଷଦ ନିଜର ପରବର୍ତୀ ବୈଠକରେ ସବୁଠୁ କମ ଟ୍ୟାକ୍ସ ସ୍ଲାବକୁ ୫ ପ୍ରତିଶତରୁ ବଢାଇ ୮ ପ୍ରତିଶତ କମ କରି ପାରନ୍ତି ।
ରାଜ୍ୟର ଅର୍ଥ ମନ୍ତ୍ରୀମାନଙ୍କ ଏକ କମିଟି ଚଳିତ ମାସ ଶେଷ ସୁଦ୍ଧା ନିଜର ରିପୋର୍ଟ ଜିଏସଟି ପରିଷଦକୁ ଦେଇ ପାରନ୍ତି । ଏଥିରେ ସବୁଠୁ କମ ସ୍ଲାବକୁ ବଢାଇବା ଏବଂ ସ୍ଲାବକୁ ତର୍କ ସଙ୍ଗତ କରିବା ସହିତ ରାଜସ୍ୱ କେମିତି ବଢିବ ସେହି ଦିଗରେ କେଉଁ କେଉଁ ପଦକ୍ଷେପ ନେବା ଦରକାର ତା ଉପରେ ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି । ବର୍ତମାନ ଜିଏସଟିର ଚାରୋଟି ସ୍ଲାବ ରହିଛି । ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୮ ପ୍ରତିଶତ ।
ଏଜେନ୍ସି ଅନୁଯାୟୀ, ଟ୍ୟାକ୍ସ ସ୍ଲାବ୍କୁ ୫ ପ୍ରତିଶତରୁ ବଢାଇ ୮ ପ୍ରତିଶତ କରାଯିବ । ଏହା ଜରିଆରେ ଅତିରିକ୍ତ ୧.୫୦ ଲକ୍ଷ କୋଟି ବାର୍ଷିକ ରାଜସ୍ୱ ପ୍ରାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ପରିସଂଖ୍ୟାନ ଅନୁଯାୟୀ, ଗୋଟିଏ ପ୍ରତିଶତ ବୃଦ୍ଧି ଘଟିଲେ ବାର୍ଷିକ ୫୦ ହଜାର କୋଟି ଟଙ୍କାର ରାଜସ୍ୱ ମିଳିଥାଏ । ଏଥିରେ ମୁଖ୍ୟତଃ ପ୍ୟାକେଜ୍ ଖାଦ୍ୟ ପଦାର୍ଥ ସାମିଲ୍ । ଏହା ବ୍ୟତୀତ ଜିଏସଟି ପରିଷଦ ତିନି ସ୍ତରୀୟ ସ୍ଲାବ କରିବାକୁ ଚାହୁଁଛନ୍ତି । ଏମିତି ହେଲେ ଦେଶରେ ତିନୋଟି ୮ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୮ ପ୍ରତିଶତ ସ୍ଲାବ ରହିବ । ଯଦି ପ୍ରସ୍ତାବ କାର୍ଯ୍ୟକାରୀ କରାଯାଏ ତେବେ ବସ୍ତୁ ଏବଂ ସେବା ଉପରେ ବର୍ତମାନ ଲାଗୁଥିବା ୧୨ ପ୍ରତିଶତ ଟ୍ୟାକ୍ସ ୧୮ ପ୍ରତିଶତ ଟ୍ୟାକ୍ସରେ ସାମିଲ୍ ହୋଇଯିବ । ଏହା ବ୍ୟତୀତ ମନ୍ତ୍ରୀ ଗୋଷ୍ଠୀ ବିଭିନ୍ନ ଟ୍ୟାକ୍ସ ସ୍ଲାବ ଆଧାରରେ ଅନ୍ୟ ବସ୍ତୁକୁ ସାମିଲ୍ କରି ପାରନ୍ତି । ଏହା ବ୍ୟତୀତ ମନ୍ତ୍ରୀ ସମୂହ ଜିଏସଟିରୁ ରିହାତି ମିଳୁଥିବା ବସ୍ତୁଙ୍କ ସଂଖ୍ୟା କମ କରିବାକୁ ମଧ୍ୟ ପ୍ରସ୍ତାବ ଦେଇ ପାରନ୍ତି ।
