ଦିନିକିଆ ନୂଆପଡା ଗସ୍ତରେ ପୋଲିସ ମହା ନିର୍ଦ୍ଦେଶକ
ନୂଆପଡ଼ା : ଦିନିକିଆ ନୂଆପଡା ଗସ୍ତରେ ପୋଲିସ ମହା ନିର୍ଦ୍ଦେଶକ ଅଭୟ । ନୂଆପଡା ଜିଲାରେ ଚାଲିଥିବା ମାଓ ଗତିବିଧି ନେଇ ସମୀକ୍ଷା କରିଛନ୍ତି ଅଭୟ । ଏହାସହ ମାଓବାଦୀଙ୍କ ଗଡ଼ କୁହାଯାଉଥିବା ସୁନାବେଡା ଅଭୟାରଣ୍ୟର ଆକାଶ ମାର୍ଗରେ ବୁଲିବା ସହ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ଏହାପରେ ନୂଆପଡା ଏସପିଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ନୂଆପଡା ଜିଲ୍ଲାରେ କିଛିବର୍ଷ ହେବ ମାଓ ଗତିବିଧି କମିଥିବା ସୂଚନା ଦେଇଛନ୍ତି ଡିଜିପି । ଯାହାର ଶ୍ରେୟ ଓଡିଶା ପୋଲିସ ଓ ସିଆରଏଫଙ୍କୁ ଦେବା ସହ ଧନ୍ୟବାଦ ଦେଇଥିଲେ ଡିଜିପି ଅଭୟ ।
