ଦେଖାଦେଉଛି କି ହଜମ ସମସ୍ୟା? ଏଡ଼ାଇବାକୁ ଖାଆନ୍ତୁ ପ୍ରୋ-ବାୟୋଟିକ ଖାଦ୍ୟ
Super Healthy Probiotic Fermented Food Sources, drinks, ingredients, on dark concrete background copy space top view
ହଜମ ସମସ୍ୟା ଏକ ସାଧାରଣ କଥା। ଖାଦ୍ୟପେୟର ଯତ୍ନ ନ ନେଲେ ପେଟ ଯନ୍ତ୍ରଣା ବା ହଜମ ସମସ୍ୟା ହୋଇପାରେ। ଏପରିସ୍ଥଳେ ପାଚନତନ୍ତ୍ରକୁ ମଜବୁତ ଓ ସ୍ବାସ୍ଥ୍ୟକର ରଖିଲେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ତେଣୁ ଅନ୍ତନଳିରେ ଥିବା ଉତ୍ତମ ବ୍ୟାକ୍ଟେରିଆକୁ ବଢ଼ାଇବା ଜରୁରୀ। ଯାହା ବାହାରର ବ୍ୟାକ୍ଟେରିଆଠାରୁ ଶରୀରକୁ ରକ୍ଷା କରିପାରିବ। ପ୍ରୋବାୟୋଟିକ ଖାଦ୍ୟ ଶରୀରରେ ଉତ୍ତମ ବ୍ୟାକ୍ଟେରିଆ ବଢ଼ାଇବା କାମ କରିଥାଏ। ଶରୀରରେ ଉତ୍ତମ ବ୍ୟାକ୍ଟେରିଆ ବଢ଼ିଲେ ହଜମ ଶକ୍ତିଠାରୁ ଆରମ୍ଭ କରି ରୋଗପ୍ରତିରୋଧକ ଶକ୍ତି ଆଦି କାମ କରିଥାଏ। ଏହାକୁ ସେବନ କରିବା ଦ୍ବାରା ଅବସାଦ ଆଦି ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏହା ସେବନ କରିବା ଦ୍ବାରା କମ ରୋଗରେ ପଡ଼ିଥାନ୍ତି ଓ ବର୍ଷ ସାରା ହେଲଦୀ ରହିଥାନ୍ତି। ଚାଲନ୍ତୁ ଜାଣିବା ପ୍ରୋବାୟୋଟିକ ଫୁଡ ଅଧୀନରେ କେଉଁ କେଉଁ ଜିନିଷ ସେବନ କରିପାରିବେ।
ଦହି :
ପ୍ରାକୃତିକ ପ୍ରୋବାୟୋଟିକ ଖାଦ୍ୟରେ ଦହିକୁ ସବୁଠୁ ଆଗରେ ରଖାଯାଇଛି। ଏହାକୁ ଯଦି ଆପଣ ନିଜ ଡେଲି ଡାଏଟରେ ସାମିଲ କରୁଛନ୍ତି, ଅନ୍ତନଳୀ ସୁସ୍ଥ ରହିବା ସହିତ ହଜମ ଶକ୍ତି ଠିକ ରହିଥାଏ। ଆପଣ ଏହାକୁ ଦହି, ଛାଛ, ଲସି ଆଦି ରୂପରେ ସେବନ କରିପାରିବେ।
ଇଡଲି ଓ ଦୋସା :
ଇଡଲି ଓ ଦୋସା ଚାଉଳ ଓ ବିରିକୁ ଫର୍ମେଣ୍ଟେଡ କରି ତିଆରି କରାଯାଏ। ଫର୍ମେସନ ଦେଇ ଗତି କରୁଥିବା କାରଣରୁ ଏହାର ଜେବ ଉପଲବ୍ଧତା ବଢ଼ିଯାଏ। ଏଥିରୁ ଶରୀରକୁ ଅଧିକ ପୋଷକତତ୍ତ୍ବ ମିଳିଥାଏ।
ପନୀର :
ପନୀର ପ୍ରୋବାୟୋଟିକ୍ସର ଏକ ଉତ୍ତମ ସ୍ରୋତ। ଏହାକୁ ଆପଣ କଞ୍ଚା କିମ୍ବା ତରକାରୀ ଭାବେ ଖାଇପାରିବେ। ଏହା ବି ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ରହିବ।
ଫର୍ମେଣ୍ଟେଡ ସୋୟାବିନ :
ଫର୍ମେଣ୍ଟେଡ ସୋୟାବିନ ଆପଣ ଚଟଣୀ ଓ ଆଚାର ଆଦି ରୂପରେ ଖାଇପାରିବେ। ଏହା ପ୍ରୋଟିନର ଏକ ଉତ୍ତମ ଉତ୍ସ।
ମିସୋ ସୁପ :
ଜାପାନୀ ମିସୋ ସୁପ ଏକ ଫର୍ମେଣ୍ଟେଡ ସୋୟାବିନ ପେଷ୍ଟରେ ତିଆରି କରାଯାଏ। ଯାହା ପୋଷକତତ୍ତ୍ବରେ ଭରପୂର। ଏହା ହୃତପିଣ୍ଡ ପାଇଁ ବି ବହୁତ ଭଲ। ଏହାକୁ ଅନଲାଇନରେ ସହଜରେ କିଣିପାରିବେ।
