ଇଞ୍ଚିନିୟରିଂ କରିଛନ୍ତି କି ? ତାହେଲେ ଅଏଲ ଇଣ୍ଡିଆ ଆପଣଙ୍କ ପାଇଁ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ
ଦୁନିଆରେ ସମସ୍ତେ ଚାହାଁନ୍ତି କିଛି ନ କିଛି ଜବ୍ କରି ଖୁସିରେ ରହିବା ପାଇଁ କିନ୍ତୁ ଆଜିକା ଦୁନିଆରେ ଜବ୍ ସହଜରେ ମିଳୁନାହିଁ । କିନ୍ତୁ ସୂଚନା ଆସିଛି ଯେ, ଅଏଲ ଇଣ୍ଡିଆ ତରଫରୁ ଆସିଛି ଏକ ବଡ଼ ଘୋଷଣା । ଆସନ୍ତୁ ଜାଣିବା । ଅଏଲ ଇଣ୍ଡିଆ ପକ୍ଷରୁ ଗ୍ରେଡ୍ ୭ ପଦଗୁଡ଼ିକ ପାଇଁ ବମ୍ପର ନିଯୁକ୍ତି ପାଇଁ ଆମନ୍ତ୍ରଣ କରିଛି । ଏଥିରେ କେବଳ ଇଞିନିୟରିଂ କରିଥିବା ଯୋଗ୍ୟ ଆଶାୟୀ ପ୍ରାର୍ଥୀ ମାନେ ବିଭିନ୍ନ ପଦବୀ ପାଇଁ ଆବେଦନ କରିପାରିବେ ।
ପଦବୀ ସଂଖ୍ୟା :
ଅଏଲରେ ମୋଟ ପଦ ସଂଖ୍ୟା ୧୪୬ଟି ରହିଥିବା ବେଳେ ମେକାନିକାଲ ଇଞ୍ଜିନିୟରିଂ ପାଇଁ ୬୫ଟି ପଦବୀ, ଇନଷ୍ଟମେଣ୍ଟେଶନ ଟୋକ୍ନୋଲୋଜି ପାଇଁ ୩୨ଟି ପଦବୀ,ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପାଇଁ ୨୧ଟି ପଦବୀ,ସିଭିଲ୍ ଇଞ୍ଜିନିୟରିଂ ପାଇଁ ୧୨ଟି ପଦବୀ,କେମିକାଲ ଇଞ୍ଜିନିୟରିଂ ପାଇଁ ୮ଟି ପଦବୀ,କମ୍ପ୍ୟୁଟର ଇଞ୍ଜିନିୟରିଂ ପାଇଁ ୫ଟି ପଦବୀ,ଇଲେକ୍ଟ୍ରୋନିକ୍ସ ଆଣ୍ଟ ଟେଲିକମ୍ୟୁନିକେଶନ ଇଞ୍ଜିନିୟରିଂ ପାଇଁ ୩ଟି ପଦବୀ । ତେବେ ଆବେଦନ କରିବାର ଶେଷ ତାରିଖ ୯ ଡିସେମ୍ବର ୨୦୨୧ ରହିଛି ।
ପଦବୀ ପାଇଁ ଦରମା :
ଏହି ପଦଗୁଡ଼ିକ ଉପରେ ମାସିକ ଦରମା ୩୭,୫୦୦ ଟଙ୍କାରୁ ନେଇ ୧.୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ଏଥି ସହିତ ଡିଏ, ଭତ୍ତା, ଏଚ୍ଆର୍ଏ ଇତ୍ୟାଦି ମଧ୍ୟ ଦିଆଯିବ।
କିପରି ଆବେଦନ କରିବେ :
ପ୍ରଥମେ ଅଫିସିଆଲ ୱେବସାଇଟ oil-india.comକୁ ଯାଆନ୍ତୁ ।
ଏହାପରେ ଆପଣଙ୍କୁ ରେଜିଷ୍ଟ୍ରେଶନ କରିବାକୁ ହେବଲଗ୍ଇନ କରି ଆପ୍ଲିକେଶନ ଫର୍ମ ଭରନ୍ତୁ ।
ଏହାପରେ ଆପ୍ଲିକେଶନ ଫର୍ମରେ ମଗା ଯାଇଥିବା ସୂଚନାକୁ ଭରି ସବ୍ମିଟ କରନ୍ତୁ ।
ଆପ୍ଲିକେଶନ ଫର୍ମ ଡାଉନଲୋଡ କରି ନିଅନ୍ତୁ ନଚେତ୍ ଏହାର ପ୍ରିଣ୍ଟ ବାହାର କରେଇ ନିଅନ୍ତୁ ।
ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା :
ଏହି ପଦଗୁଡ଼ିକରେ ଆବେଦନ କରିବା ପାଇଁ ଆଶାୟୀ ଓ ଯୋଗ୍ୟ ପ୍ରାର୍ଥୀ ମାନେ ଇଞ୍ଜିନିୟରିଂ ଡିପ୍ଲୋମା ପଢି ଥିବା ଦରକାର । ପଦବୀ ପାଇଁ ବୟସ ସୀମା ଅତି କମ୍ ରେ ୧୮ ବର୍ଷ ଏବଂ ଅତି ବେଶୀରେ ୩୦ ବର୍ଷ ହେବା ଉଚିତ ।
