ଢିଙ୍କିଆ ପଞ୍ଚାୟତରେ ଏବେ ହେବନି ପଞ୍ଚାୟତ ନିର୍ବାଚନ
ଭୁବନେଶ୍ୱର : ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଢିଙ୍କିଆ ପଞ୍ଚାୟତରେ ଏବେ ହେବନି ପଞ୍ଚାୟତ ନିର୍ବାଚନ । ଏନେଇ ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ବର୍ଷ ନିର୍ବାଚନ କରାଇବାକୁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି ।
ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଆସନ୍ତା ଫେବ୍ରୁଆରୀ ୧୬ ତାରିଖ ଠାରୁ ୫ଟି ପର୍ୟ୍ୟାୟରେ ମତଦାନ ହେବ। ଏଥି ପାଇଁ ରାଜ୍ୟବ୍ୟାପୀ ନାମାଙ୍କନ ପତ୍ର ଦାଖଲ ହୋଇସାରିବା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ତେବେ ମତଦାନ ପୂର୍ବରୁ ୩୬ ହଜାର ୯୭୬ ଜଣ ୱାର୍ଡମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ସ୍ଥାନୀୟ ମତଦାତାଙ୍କ ଦ୍ବାରା ନିଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।
