ଶତାୟୁ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧିତ କଲେ ଢ଼େଙ୍କାନାଳ ଜିଲ୍ଲାପାଳ
ନୀଳଗିରି : ନୀଳଗିରିରୁ ଶତାୟୁ ସ୍ୱାଧୀନତା ସଂଗ୍ରାମୀ ସୁନାରାମ ସିଂ (୧୦୨) ଙ୍କୁ ଢ଼େଙ୍କାନାଳ ଜିଲ୍ଲାପାଳ ତଥା ନୀଳଗିରି ତେନ୍ତୁଳିଆ ଅଂଚଳର ସରୋଜ କୁମାର ସେଠୀ ତାଙ୍କ ବାସଭବନରେ ପହଂଚି ସମ୍ବର୍ଦ୍ଧିତ କରିଛନ୍ତି । ନୀଳଗିରି ବ୍ଲକର ଜାମୁଡ଼ିହା ପଂଚାୟତର ଗୋଡ଼ିଶୁଳ ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ସୁନାରାମ ସିଂ ସ୍ୱାଧୀନ ଭାରତ ପାଇଁ ବହୁବାର ଜେଲ ଜୀବନ କଟାଇଥିବା ବେଳେ ଆଜୀବନ ବନ୍ଦୀ ଭାବେ ଜୀବନ କାଟୁଥିଲେ । ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନ ସମୟରେ ଜେଲ ଜୀବନରୁ ସୁନାରାମ ସିଂ ଙ୍କୁ ମୁକ୍ତ କରାଯାଇଥିଲା । ସେ ଜଣେ ଭଲ ଶିକ୍ଷକ ଭାବେ ନିଜର ଜୀବନ ଆରମ୍ଭ କରିଥିଲେ । ପରେ ଏ.ଡି.ଡବ୍ଲୁ.ଓ. କୁ ପଦୋନ୍ନତି ପାଇଥିଲେ । ଜଡ଼ିଦା ଗ୍ରା.ପ.ର ସରପଂଚ ଭାବେ ମଧ୍ୟ ନିର୍ବାଚିତ ହୋଇ ବେଶ ଲୋକପ୍ରିୟ ହୋଇ ପାରିଥିଲେ । ଜଣେ ଏତାଦୃଶ ବ୍ୟକ୍ିଙ୍କ ବାସଭବନକୁ ଯାଇ ଢ଼େଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ସ୍ୱାଧୀନ ଭାରତର ତାଙ୍କର ଭୂମିକା ଉପରେ ଆଲୋଚନା କରିଥିଲେ ।
