ଧାରୁଆ ଅସ୍ତ୍ରଶସ୍ତ ଏବଂ ମଦ ପିଇ ଆସିଥିଲେ ଆପ୍ର ଗୁଣ୍ଡା-ଭାଜପା
ନୂଆଦିଲ୍ଲୀ : ଦିଲ୍ଲୀ ନଗର ନିଗମରେ ହୋଇଥିବା ହଙ୍ଗାମା ପରେ ରାଜନୀତିକ ଆରୋପ-ପ୍ରତ୍ୟାରୋପ ଜାରି ଅଛି । ଭାରତୀୟ ଜନତା ପାର୍ଟିର ତିନି ସାଂସଦ ଶୁକ୍ରବାର ଦିନ ପ୍ରେସବାର୍ତାରେ ଆମ୍ ଆଦମୀ ପାର୍ଟି ଉପରେ ହଙ୍ଗାମା କରିବାର ସିଧା ଅଭିଯୋଗ ଲଗାଇଥିଲା । ଭାରତୀୟ ଜନତା ପାର୍ଟିର ନେତା ଏବଂ ନୂଆଦିଲ୍ଲୀର ସାଂସଦ ମୀନାକ୍ଷୀ ଲେଖୀ କହିଛନ୍ତି ଯେ ଦିଲ୍ଲୀ ନଗର ନିଗମରେ ଆଜିର ଘଟଣାକ୍ରମ ଲଜ୍ଜାଜନକ ଅଟେ । ଅରବିନ୍ଦ କେଜରୀୱାଲ ନିଜେକୁ ଅରାଜକ କହିଛନ୍ତି ଏବଂ ତାଙ୍କ ପାର୍ଟି ଏହି ଅରାଜକତାର ପଛରେ । ସେ ଅଭିଯୋଗ ଲଗାଇଛନ୍ତି ଯେ ପୀଠାସୀନ ଅଧିକାରୀଙ୍କ ନୋମିନେଟେଡ ପାର୍ଷଦର ଶପଥ ଦେବା ସମୟରେ ଅବ୍ୟବସ୍ଥା ସୃଷ୍ଟି କରିବାର କାମ କରାଯାଇଥିଲା । ମହିଳା ପାର୍ଷଦଙ୍କ ସହିତ ମଧ୍ୟ ଅଭଦ୍ରାମୀ କରାଯାଇଛି ।
