ଗୋଁଣ୍ଡୱନା ମହାଅଧିବେଶନରେ ଯୋଗ ଦେବେ ଧର୍ମେନ୍ଦ୍ର ପ୍ରଧାନ
ଝାରସୁଗୁଡା : ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭାର ୧୫ତମ ମହାଅଧିବେଶନ ରତ୍ନାକର ହାଇସ୍କୁଲ ସମ୍ବୁଖ ପଡିଆ, ହଂସାମୁରା କଟାପାଲି ଝାରସୁଗୁଡା ଠାରେ ଆସନ୍ତା ୧୦ରୁ୧୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ମହାଅଧିବେଶନର ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଉଥିବା ବେଳେ ବିଭିନ୍ନ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ, ଫଗନ ସିଂହ କୁଲସ୍ତେ, ଅର୍ଜୁନ ମୁଣ୍ଡା, ରାଜ୍ୟ ମନ୍ତ୍ରୀ ଜଗନ୍ନାଥ ସାରକା, ରେଣୁକା ସିଂହ, ସାଂସଦ ରମେଶ ଚନ୍ଦ୍ର ମାଝୀ, ଜୁଏଲ ଓରାମ, ରାଜା ଦେବେନ୍ଦ୍ର ପ୍ରତାପ ସିଂହ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ପୂର୍ବତନ ବିଧାୟକ ରବିନାରାୟଣ ନାଏକ କୁଚିଣ୍ଡା, ରାଜୀବ ପାତ୍ର ବାଲିଗୁଡା, ହେମେନ୍ଦ୍ର ମହାପାତ୍ର ବଣେଇ, ରାଜ୍ୟମନ୍ତ୍ରୀ ସଞ୍ଜୟ ଗୋଁଣ୍ଡ ଉତ୍ତର ପ୍ରଦେଶ, ବିଜୟ ବାହାଦୂର ସାହା ମଧ୍ୟ ପ୍ରଦେଶ, ପୂର୍ବତନ ବିଧାୟକ ଗୁରୁଚରଣ ନାଏକ ମନୋହରପୁର ଝାରଖଣ୍ଡ, ବିଧାୟକ ରମେଶ ଚନ୍ଦ୍ର ସାଏ ଆଠମଲ୍ଲିକ, ଜଗନ୍ନାଥ ନାଏକ ପାଟଣା କେନ୍ଦୁଝର, ନିତ୍ୟାନନ୍ଦ ଗୋଁଣ୍ଡ ଉମରକୋଟ, ରାଷ୍ଟ୍ରୀୟ ମହିଳା ସଭାନେତ୍ରୀ ହୀରାସେନ ଉଇକେ,ରାଷ୍ଟ୍ରୀୟ ମହାସଚିବ ମହିଳା କାନ୍ତି ନାଗ, ବିଧାୟିକା ଅଳକା ମହାନ୍ତି ବ୍ରଜରାଜନଗର, ରାଣୀ ଭବାନୀ ଦେବୀ ସିଂହ,ପୂର୍ବତନ ବିଧାୟକ ସୁବାଷ ଗୋଁଣ୍ଡ ଉମରକୋଟ, ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଝରିଗାଁ ନବରଙ୍ଗପୁର, ପ୍ରେମାନନ୍ଦ ନାୟକ ତେଲକୋଇ କେନ୍ଦୁଝର, ପୂର୍ବତନ ବିଧାୟକ ଓଁକାର ଶାହା ବିନ୍ଦ୍ରା ନୟାଗଡ଼ ଛତିଶଗଡ଼, ପିଙ୍କି ଶିବରାଜ ଶାହା ନଗ୍ରୀ ଛତିଶଗଡ଼, ବିଧାୟକ ଦେବେନ୍ଦ୍ର ବାହାଦୂର ସିଂହ ଫୁଲଝରଗଡ ଛତିଶଗଡ଼, ରାଜା ୟସପେନ୍ଦ୍ର ସିଂହ ଶାହା ଛୁରା ଛତିଶଗଡ଼, ରାଜା ଜିତେନ୍ଦ୍ର ପ୍ରତାପ ସିଂହ ମାଲଖୋର୍ଧା ଛତିଶଗଡ଼, ଆଦିବାସୀ କମିଶନ ପୂର୍ବତନ ଅଧ୍ୟକ୍ଷ ବିକାଶ ମାରକମ ଛତିଶଗଡ଼, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ ନୂଆଁପଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତି ପ୍ରଧାନ ସୁନ୍ଦରଗଡ, ପୂର୍ବତନ ଭାରତୀୟ ମହିଳା ହକି ଖେଲାଲି ଶୁଭଦ୍ରା ପ୍ରଧାନ, ଏଡିଏମ ଲମ୍ବୋଦର ଧୁରୁଆ ବଲାଙ୍ଗୀର, ଏଡିଏମ ଦୁଃଖବନ୍ଧୁ ନାୟକ ଜାଜପୁରଜିଲ୍ଲା ମଙ୍ଗଳ ଅଧିକାରୀ ଚନ୍ଦ୍ରକାନ୍ତ ମାଝୀ ପ୍ରମୁଖ ଯୋଗ ଦେବେ । ଏହି ସଭାକୁ ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶିଶୁପାଲ ସୋରୀ, ଉପାଧ୍ୟକ୍ଷ ଖାମସିଂହ ମାଝୀ, ଓଡିଶା ପ୍ରଦେଶ ଅଧ୍ୟକ୍ଷ ମହେନ୍ଦ୍ର ନାଏକ, ରାଜ୍ୟ ମହାସଚିବ ପ୍ୟାରୀମୋହନ ନାୟକ,ବୈସୟିକ ମୂଖ୍ୟ ଉପଦେଷ୍ଟା ହୋମସିଂ ମାଝୀ, ରାଜ୍ୟ ମହିଳା ସଭାନେତ୍ରୀ ସୁକାନ୍ତିବାଲା ନାୟକ, ମୂଖ୍ୟ ସଂଯୋଜକ ଦମୟନ୍ତି ମହାପାତ୍ର ପ୍ରମୁଖ ପରିଚାଳନା କରିବେ ।ଏହି ମହାଅଧିବେଶନର କଳସ ଯାତ୍ରା ୧୦ ତାରିଖ ୧୦ ଘଟିକା ସମୟରେ ଭୂଲିଆଟିକ୍ରା ବନ୍ଧରୁ ବାହାରି କିସାନ ଛକ, ଗୋଁଣ୍ଡୱନା ଛକ, ବିଟିଏମ ବାଏପାସ ହୋଇ ଅଧିବେଶନ ପଡିଆରେ ପହଞ୍ଚିବ ଓ ସପ୍ତରଙ୍ଗୀ ଝଣ୍ଡା ଉତ୍ତୋଳନ ହେବ । ୧୧ ତାରିଖ ୧୧ଟା ସମୟରେ ମହାଅଧିବେଶନ ଆନୁଷ୍ଠାନିକ ଭାବରେ ଉଦଘାଟନ ହୋଇ ସମାଜର ରୀତିନୀତି, ଚାଳିଚଲନ, ଶିକ୍ଷାଗତ,ଆର୍ôଥକ ଓ ରାଜନୈତିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇ ଆଗାମୀ ପିଢିକୁ ଦେଶର ମୂଖ୍ୟ ବିକାଶ ଶ୍ରୋତରେ ସାମିଲ କରିବା ପାଇଁ ସାମ୍ବିଧାନିକ ଭାବରେ ମିଲୁଥିବା ହକ ଅଧିକାର ଗୁଡିକ ପାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରାହେବ ବୋଲି ମହାସଭାର ରାଜ୍ୟ ସଭାପତି ମହେନ୍ଦ୍ର ନାଏକ ଜଣାଇଛନ୍ତି ।
