ଧାମନଗର ଉପ-ନିର୍ବାଚନ: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଦଯାତ୍ରା
ଭଦ୍ରକ : ଦୁଇଦିନ ଧରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧାମନଗର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜଙ୍କ ଲାଗି ଧାମନଗର ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରିଛନ୍ତି । ଗତକାଲି ଧାମନଗର ବ୍ଲକର ବିଭିନ୍ନ ପଞ୍ଚାୟତ ଓ ଧାମନଗର ଏନଏସି ଅଞ୍ଚଳରେ ପ୍ରଚାର କରିଥିଲେ ଧର୍ମେନ୍ଦ୍ର । ଆଜି ତିହିଡି ବ୍ଳକର ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି। ତିହିଡି ବ୍ଳକର ପାଳିଆ ଠାରୁ ଆଜି ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲେ।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଦଳର ବରିଷ୍ଠ ନେତା ମାନେ ସାମିଲ ହୋଇଥିଲେ। ତିହିଡି ବ୍ଳକର ପାଳିଆ ବଜାର, ପାଳିଆ ବିନ୍ଧା, ଗୁଆମାଳ, ବଡୋକ ଆଦି ଅଞ୍ଚଳରେ ଧର୍ମେନ୍ଦ୍ର ପ୍ରଧାନଲାଗି ରୋଡ ଶୋ କରିଛନ୍ତି। ବିଜେପିର ଏହି ପ୍ରଚାର ଓ ରୋଡ ଶୋ ବେଳେ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ନେତା ସାଧାରଣ ଜନତା ସାମିଲ ହୋଇଥିଲେ । ଧର୍ମେନ୍ଦ୍ରଙ୍କ ସହ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ଏବଂ ଅନ୍ୟ ବରିଷ୍ଠ ନେତା ମାନେ ସାମିଲ ହୋଇଥିଲେ । ଏହି ଉପ ନିର୍ବାଚନରେ ବିଜେପି ନିଶ୍ଚୟ ବାଜିମାତ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।
