ବଡ଼ଓଷା ପାଇଁ ମାର୍କଣ୍ଡେଶ୍ୱର ମନ୍ଦିରରେ ଭକ୍ତ ଗହଳି
ପୁରୀ : ଶ୍ରୀକ୍ଷେତ୍ର ସ୍ଥିତ ମାର୍କଣ୍ଡେଶ୍ୱର ମହାଦେବ ମନ୍ଦିରରେ ଆଜି ବଡ଼ଓଷା ପାଳିତ ହୋଇଯାଇଛି । ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାର୍କଣ୍ଡେୟଙ୍କ ସହ ଧବଳେଶ୍ୱରଙ୍କୁ ଦର୍ଶନ କରିଥିଲେ । ଦେବରାଜ ଇନ୍ଦ୍ର ବ୍ରହ୍ମାଙ୍କ ଅଭିଶାପରୁ ମୁକ୍ତି ପାଇବା ପାଇଁ ଧବଳେଶ୍ୱର ମନ୍ଦିରରେ ବଡ଼ଓଷା ପାଳନ କରିଥିବା କଥିତ ଅଛି । ଧବଳେଶ୍ୱରଙ୍କ ପ୍ରିୟ କେତକୀ ଫୁଲ ଭକ୍ତମାନେ ଲାଗି କରୁଥିବା ଦେଖିବାକୁ ମିଳିଛି । ଶିବଭକ୍ତମାନେ ବେଲପତ୍ର ଲାଗି କରିଛନ୍ତି । ଏହାସହ ଅନେକ ହବିଷ୍ୟାଳି,ଶ୍ରଦ୍ଧାଳୁ ଓ ମହିଳାମାନେ ନିଷ୍ଠାର ସହ ବଡ଼ଓଷା ପାଳନ କରିଛନ୍ତି । ମାର୍କଣ୍ଡେଶ୍ୱର ମନ୍ଦିର ଟ୍ରଷ୍ଟ ପକ୍ଷରୁ ଭକ୍ତଙ୍କ ସୁବିଧା ପାଇଁ ପରିସରକୁ ସଫା କରିବା ସହ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରିଛନ୍ତି ।
