ଇଚ୍ଛା ମୃତ୍ୟୁ ପାଇଁ ଆସିଲା ମେସିନ୍, ଛୁଇଁବା ମାତ୍ରେ ଚାଲିଯିବ ଜୀବନ
ସୁଇଜରଲାଣ୍ଡ ସରକାର ଏହି ଇଚ୍ଛା ମୃତ୍ୟୁକୁ ସରକାରୀ ମଞ୍ଜୁରୀ ପ୍ରଦାନ କରିଛି
ନୂଆଦିଲ୍ଲୀ : ଶାନ୍ତିରେ ମରିବା ପାଇଁ ମେସିନ୍ । ଇଚ୍ଛା ମୃତ୍ୟୁ ପାଇଁ ଆସିଲା ମେସିନ୍ । ଏହି ମେସିନ୍କୁ ଛୁଇଁବା ମାତ୍ରେ ଚାଲିଯିବ ଜୀବନ । ବିଭିନ୍ନ ଦୁରାରୋଗରେ ପୀଡ଼ିତ ଲୋକଙ୍କ ସହଜ ମୃତ୍ୟୁ ପାଇଁ ଏଭଳି ଏକ ମେସିନ ବାହାର କରିଛି ସ୍ୱିଜରଲାଣ୍ଡ। ଏହି ମେସିନ ମଧ୍ୟରେ ଅମ୍ଳଜାନର ମାତ୍ରା ବହୁତ କମ ରଖାଯାଇଥିବ, ଯାହା ଫଳରେ ରୋଗୀ ଧୀରେ ଧୀରେ ମୃତ୍ୟୁକୁ ଆଦରି ନେବ। ସୁଇଜରଲାଣ୍ଡ ସରକାର ଏହି ଇଚ୍ଛା ମୃତ୍ୟୁକୁ ସରକାରୀ ମଞ୍ଜୁରୀ ପ୍ରଦାନ କରିଛି।
ମୃତ୍ୟୁ ଏପରି ଏକ ସତ୍ୟ ଯାହାକୁ କେହି ଅସ୍ବିକାର କରିପାରିବେ ନାହିଁ । କିନ୍ତୁ ତଥାପି ଲୋକମାନେ ଏହି ବିଷୟକୁ ବହୁତ ଗଭୀର ଭାବରେ ଅଧ୍ୟୟନ କରୁଛନ୍ତି। ଏହି ସମୟରେ, ସ୍ୱିଜରଲାଣ୍ଡ ଏକ ମେସିନକୁ ଆଇନଗତ ଅନୁମୋଦନ ଦେଇଛି ଯାହା ଆତ୍ମହତ୍ଯା କରିବାରେ ସାହାଯ୍ୟ କରେ। ଏହି ମେସିନ୍ ଆତ୍ମହତ୍ୟା ପ୍ରକ୍ରିୟାକୁ ମାତ୍ର କିଛି ମିନିଟ୍ ମଧ୍ୟରେ ସମାପ୍ତ କରିଥାଏ । ଏହା ସହିତ, ଏହା ମଧ୍ୟ ଦାବି କରାଯାଉଛି ଯେ ଏହି ମେସିନ୍ ଜଣେ ବ୍ୟକ୍ତିଙ୍କୁ ସବୁଦିନ ପାଇଁ ଯନ୍ତ୍ରଣା ବିନା ଶୁଆଇପାରେ। ବର୍ତ୍ତମାନ ଏହି ମେସିନକୁ ନେଇ ସବୁଠି ଆଲୋଚନା ହେବାରେ ଲାଗିଛି। ଦି ଇଣ୍ଡିପେଣ୍ଡେଣ୍ଟ୍ ଅନୁଯାୟୀ, ଏହି ମେସିନ୍ ମାଧ୍ୟମରେ ଅମ୍ଳଜାନ ସ୍ତର ଧୀରେ ଧୀରେ କମିଯାଏ । ଯାହାଫଳରେ ହାଇପୋକ୍ସିଆ ଏବଂ ହାଇପୋକାପ୍ନିଆ ମାଧ୍ୟମରେ ମୃତ୍ୟୁ ଦିଆଯାଏ । ଏହି ପ୍ରକ୍ରିୟାରେ, ନାଇଟ୍ରୋଜେନର ପରିମାଣ ମାତ୍ର ୩୦ ସେକେଣ୍ଡରେ ବହୁଗୁଣିତ ହୁଏ, ଯେଉଁ କାରଣରୁ ଅମ୍ଳଜାନର ସ୍ତର ୨୧ ପ୍ରତିଶତରୁ ୧ କୁ ବୃଦ୍ଧି ପାଇଥାଏ ଏବଂ କିଛି ସେକେଣ୍ଡରେ ବ୍ଯକ୍ତି ମରିଯାଏ ।ଏକ୍ଜିଟ୍ ଇଣ୍ଟରନ୍ଯାସନାଲ୍ ନାମକ ସଂସ୍ଥାର ନିର୍ଦ୍ଦେଶକ ଡକ୍ଟର ଫିଲିପ୍ ନିଚ୍କେ ମୃତ୍ଯୁର ଏହି ମେସିନ୍ ସୃଷ୍ଟି କରିଛନ୍ତି। ଏହି ମେସିନର ନାମ ସାର୍କୋ ରଖାଯାଇଛି। ଏହା ସବୁଠୁ ବ୍ୟୟବହୁଳ ପ୍ରକଳ୍ପ ବୋଲି କୁହାଯାଉଛି। ସୂଚନା ଯେ, ୧୯୪୨ରୁ ଏଠାରେ ଇଚ୍ଛାମୃତ୍ୟୁର କାନୁନ ରହିଛି। ତେବେ ସରକାରଙ୍କ ଏହି ନିଷ୍ପତି ଆତ୍ମହତ୍ୟାକୁ ପ୍ରବର୍ତାଇବ ବୋଲି କେତେକ ବ୍ୟକ୍ତି ଆଶଙ୍କା ବ୍ୟକ୍ତ କରିଛନ୍ତି। ଯେଉଁ ବ୍ୟକ୍ତି ରୋଗରେ କବଳରେ ପଡି ଏକପ୍ରକାର ମୃତ୍ୟୁ ସମାନ ବଞ୍ଚି ରହିଥାଏ ସେମାନଙ୍କୁ କେବଳ ଏଥିନେଇ ଅନୁମତି ମିଳିବ।
