ଶୀତ ଦିନେ ମନ ଭିତରେ ବଢିଥାଏ ଡିପ୍ରେସନ ! ଜାଣନ୍ତୁ ଏହାର ଲକ୍ଷଣ ଓ କେମିତି ବଞ୍ଚିବେ
ବର୍ଷ ଶେଷ ହେଲା ବେଳକୁ ଏମିତି କିଛି ଖବର ଯାହା ସାରା ବଲିଉଡ ଓ ଟିଭି ଦୁନିଆକୁ ଦୋହଲାଇ ରଖିଦେଇଥିଲା । ଘରେ ଘରେ ପରିଚିତ ଥିବା ଅଭିନେତ୍ରୀ ତୁନିଶା ଶର୍ମା ନିଜ ପୁରୁଷ ବନ୍ଧୁଙ୍କ ମେକଅପ ରୁମରେ ଆତ୍ମହତ୍ୟା କରିବା ପରେ ବେଶ ଚର୍ଚ୍ଚା ଲାଗିରହିଥିଲା । ହେଲେ ଏହି ଖବର ମନରୁ ନଲିଭୁଣୁ ପୁଣି ଜଣେ ଇନଷ୍ଟାଗ୍ରାମ ମଡେଲ ଯାହାଙ୍କ ନାଁ ଥିଲା ଲିନା ନାଗବଂଶୀ ସେ ମଧ୍ୟ ଆତ୍ମହତ୍ୟା ଭଳି ଏକ ଘୃଣ୍ୟ ଅପରାଧକୁ ଆପଣେଇ ନେଇଥିଲେ । ତେବେ ପ୍ରଶ୍ନ ଉଠୁଛି ଶୀତ (ଥଣ୍ଡା) ଦିନେ କାହିଁକି ମନ ଭିତରେ ବଢିଥାଏ ଡିପ୍ରେସନ। ହେଲେ ଯଦି ଆପଣଙ୍କ ଆଖପାଖରେ ଏମିତି କେହି ଡିପ୍ରେସନରେ ଶିକାର ହୋଇଛନ୍ତି ତେବେ ଆପଣ କେମିତି ଜାଣିପାରିବେ । ସେନେଇ ଆଜି କିଛି ଟିପ୍ସ ଆପଣ ମାନେ ଜାଣିରଖନ୍ତୁ ….
ଥଣ୍ଡାଦିନେ ମନରେ ଉଦାସୀନତା ବଢିବାର କାରଣ ମୁଖ୍ୟତଃ ଋତୁ ମଧ୍ୟ ଦାୟୀ ହୋଇଥାଏ। କାରଣ ସୂର୍ଯ୍ୟକିରଣ ସମୟ ହ୍ରାସ ହୋଇଥାଏ । ଯାହାଫଳରେ ବ୍ରେନରେ ସେରେଟୋନିନ୍ ହରମୋନର ସିକ୍ରେଶନ ପ୍ରଭାବିତ ହୋଇଥାଏ। ଏହା ଏକ ମୁଡ ଲାଇଟ୍ ନିଂ ହରମୋନ ହୋଇଥାଏ ଯାହାକୁ ଆମେ ହାପି ହରମୋନ ନାଁ ରେ ମଧ୍ୟ ଜାଣିଥାଉ। ଏହା ମସ୍ତିଷ୍କ ପାଇଁ ନ୍ୟୁରୋ ଟ୍ରାନ୍ସମିଟର ପରି ମଧ୍ୟ କାମ କରିଥାଏ। ।ଯାହା ମନ ଉପରେ ବା ମୁଡ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଥଣ୍ଡାଦିନେ ଏହାର ସ୍ତର କମ ଥିବାରୁ ମେଣ୍ଟାଲ ହେଲଥ୍ ଉପରେ ପ୍ରଭାବ ପକାଇଥାଏ। ଯାହାଫଳରେ ଡିପ୍ରେସନ ସ୍ତର ଧିରେ ଧିରେ ବଢିବାରେ ଲାଗିଥାଏ। ଏହାକୁ ଆପଣ ଯୋଗ କିମ୍ବା ସୂର୍ଯ୍ୟକିରଣ ମାଧ୍ୟମରେ ସଠିକ୍ ସ୍ତରକୁ ଅଣାଯାଇପାରିବ।
ଥଣ୍ଡାଦିନେ ଦିନଗୁଡ଼ିକ ଛୋଟ ଏବଂ ରାତି ଲମ୍ବା ହୋଇଥାଏ। ଏହି ସମୟରେ ଆପଣ ଅଧିକ କ୍ଳାନ୍ତ ଅନୁଭବ କରିବା ଆରମ୍ଭ କରନ୍ତି। ଶୋଇବା ହରମୋନର ଆଲୋକ ଏବଂ ଅନ୍ଧକାର ସହିତ ସିଧାସଳଖ ସମ୍ପର୍କ ଅଛି । ଶୀତଦିନେ,ସୂର୍ଯ୍ୟ ଶୀଘ୍ର ଲୁଚିଯାଏ, ଯେଉଁ କାରଣରୁ ମସ୍ତିଷ୍କ ମେଲାଟୋନିନ୍ ତିଆରି କରିବା ଆରମ୍ଭ କରେ । ଯେଉଁ କାରଣରୁ ନିଦ ବଢିଥାଏ , ଯାହାଫଳରେ କ୍ଲାନ୍ତ ଅନୁଭବ ହେବା ସହ ମନରେ ଉଦାସୀନତାକୁ ବୃଦ୍ଧି କରିଥାଏ।
ଡିପ୍ରେସନର ଲକ୍ଷଣ :
ନିଜ ପସନ୍ଦର କାମ କରିବାକୁ ଇଚ୍ଛା ହେବନାହିଁ।
ଅଳସୁଆ ଲାଗିବା, କ୍ଲାନ୍ତ ଅନୁଭବ ହେବା।
ଏହି ସମୟରେ ପ୍ରବଳ ନିଦ ଲାଗିବା।
ଆପଣଙ୍କୁ କାର୍ବୋହାଇଡ୍ରେଟ୍ ଖାଦ୍ୟ ଖାଇବାକୁ ଅଧିକ ଇଚ୍ଛା ହେବା।
ଏହି ସମୟରେ ଆତ୍ମବିଶ୍ୱାସର ଅଭାବ ଅନୁଭବ କରିବା।
ସବୁକିଛି ଭୁଲ ପାଇଁ ନିଜକୁ ଦାୟୀ କରିବା ।
ଆତ୍ମହତ୍ୟା ଚିନ୍ତାଧାରା ବାରମ୍ବାର ମନକୁ ଆସିବା ।
ଡିପ୍ରେସନରୁ କେମିତି ବଞ୍ଚିବେ :
ଶୀତଦିନେ, ଆପଣ ଅଧିକାଂଶ ସମୟ ସୂର୍ଯ୍ୟ କିରଣରେ ବସନ୍ତୁ ।
ପ୍ରାକୃତିକ ଆଲୋକ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ ।
ନିଜର ଏକ କାର୍ଯ୍ୟସୂଚୀ ପ୍ରସ୍ତୁତ କର, ଶୋଇବା ଏବଂ ଉଠିବା ସମୟ ସ୍ଥିର କରନ୍ତୁ ।
ଉଦାସୀନତା ସମୟରେ ନକାରାତ୍ମକ ଚିନ୍ତାଧାରାକୁ ଏଡାଇବା ପାଇଁ ଧ୍ୟାନ ଏବଂ ବ୍ୟାୟାମ କରନ୍ତୁ ।
ନିଜକୁ ସଦାସର୍ବଦା କୌଣସି କାମରେ ବ୍ୟସ୍ତ ରଖନ୍ତୁ ।
ସପ୍ତାହରେ ଅତି କମରେ ଥରେ ପାର୍କକୁ ଯାଆନ୍ତୁ ।
କିମ୍ବା କିଛି ଏମିତି ସ୍ଥାନକୁ ଯାତ୍ରା କରିବାକୁ ଯାଆନ୍ତୁ ଯେଉଁଠାରେ ଆପଣ ଯିବାକୁ ପସନ୍ଦ କରନ୍ତି ।
ନକାରାତ୍ମକ ଚିନ୍ତାଧାରାକୁ ଦୂରରେ ରଖନ୍ତୁ ।
ଯଦି ଆପଣ ଉଦାସୀନତାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହଁନ୍ତି, ତେବେ ଆପଣଙ୍କୁ ଥରେ ମାନସିକ ରୋଗ । ବିଶେଷଜ୍ଞଙ୍କୁ ଭେଟି ତାଙ୍କ ପରାମର୍ଶ ନିଅନ୍ତୁ।
