ପୋଷ୍ଟ ଅଫିସର ଏହି ସ୍କିମରେ ପ୍ରତିଦିନ ଜମା କରନ୍ତୁ ମାତ୍ର ୫୦ ଟଙ୍କା, ମିଳିବ ୩୫ ଲକ୍ଷ ! ଜାଣନ୍ତୁ କିପରି…
ନୂଆଦିଲ୍ଲୀ : ଡାକ ଘରରେ ନିବେଶ କରିବା ଏକ ନିରାପଦ ସ୍ଥାନ ଭାବରେ ମନେ କରାଯାଏ । ନିରାପଦ ଓ ଭଲ ରିଟର୍ଣ୍ଣ ପାଇଁ ପୋଷ୍ଟ ଅଫିସ୍ ସଞ୍ଚୟ ଯୋଜନାଗୁଡିକ ଅଧିକ ପସନ୍ଦ କରାଯାଏ । ଡାକଘର ଯୋଜନାରେ ନିବେଶ ହୋଇଥିବା ସମ୍ପୂର୍ଣ୍ଣ ଅର୍ଥ ୧୦୦ ପ୍ରତିଶତ ସୁରକ୍ଷିତ ରହିବାର ଗ୍ୟାରେଣ୍ଟି ଦେଇଥାଏ । ଯଦି ଆପଣ ମଧ୍ୟ ଆପଣଙ୍କର ପୁଞ୍ଜି ନିବେଶ ଉପରେ ଏକ ମୋଟ ଅଙ୍କର ରିଟର୍ଣ୍ଣ ଖୋଜୁଛନ୍ତି, ତେବେ ଆମେ ଆପଣଙ୍କୁ ଡାକଘରର ଏପରି ଯୋଜନା ବିଷୟରେ କହୁଛୁ ଯେଉଁଠାରେ ଆପଣ ଟଙ୍କା ନିବେଶ କରି ଏକ ମୋଟା ଅଙ୍କର ଫଣ୍ଡ ସୃଷ୍ଟି କରିପାରିବେ ।
ପ୍ରତି ମାସରେ ଜମା କରନ୍ତୁ ୧୫୦୦ ଟଙ୍କା :
ଆମେ ଡାକଘରର ‘ଗ୍ରାମ ସୁରକ୍ଷ ଯୋଜନା’ ବିଷୟରେ କହୁଛୁ । ଏହା ଇଣ୍ଡିଆ ପୋଷ୍ଟ ସୁରଖା ଯୋଜନା ସ୍ୱଳ୍ପ ବିପଦ ନିବେଶର ଏକ ଉଦାହରଣ ଯାହା ଆପଣଙ୍କୁ ବହୁତ ଭଲ ରିଟର୍ଣ୍ଣ ଦେଇପାରେ । ଏହି ଯୋଜନାରେ ଆପଣଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା ଜମା କରିବାକୁ ପଡିବ । ଅର୍ଥାତ ପ୍ରତିଦିନ ଆପଣଙ୍କୁ ୫୦ ଟଙ୍କା ଜମା କରିବାକୁ ପଡ଼ିବ । ଯଦି ଆପଣ ଏହି ରାଶି ନିୟମିତ ଭାବେ ଜମା କରନ୍ତି ତେବେ ଭବିଷ୍ୟତରେ ଆପଣ ୩୧ରୁ ୩୫ ଲକ୍ଷ ଟଙ୍କାର ଲାଭ ପାଇବେ ।
ଜାଣନ୍ତୁ ନିବେଶର ନିୟମ :
୧. ୧୯ରୁ ୫୫ ବର୍ଷ ବୟସ ମଧ୍ୟରେ ଯେକୌଣସି ଭାରତୀୟ ନାଗରିକ ଏହି ଯୋଜନାରେ ଏକ ଆକାଉଣ୍ଟ ଖୋଲିପାରିବେ ।
୨. ଏହି ଯୋଜନାରେ ବୀମାଭୁକ୍ତ ହୋଇଥିବା ସର୍ବନିମ୍ନ ରାଶି ୧୦,୦୦୦ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ହୋଇଥାଏ ।
୩. ଏହି ଯୋଜନାର ପ୍ରିମିୟମଗୁଡିକ ମାସିକ, ତ୍ରୈମାସିକ, ଅର୍ଦ୍ଧ ବାର୍ଷିକ କିମ୍ବା ବାର୍ଷିକ ହୋଇଥାଏ ।
୪. ଆପଣ ମଧ୍ୟ ଏହି ଯୋଜନାରେ ଋଣ ନେଇପାରିବେ ।
୫. ଏହି ଯୋଜନାରେ ଅଂଶଗ୍ରହଣ କରିବାର ତିନି ବର୍ଷ ପରେ ମଧ୍ୟ ଆପଣ ଅପ୍ଟଆଉଟ୍ କରିପାରିବେ । ତଥାପି, ଏହି ପରିସ୍ଥିତିରେ ଆପଣଙ୍କୁ କୌଣସି ଲାଭ ମିଳିବ ନାହିଁ ।
କେମିତି ହେବ ୩୫ ଲକ୍ଷର ଲାଭ :
ଧରାଯାଉ ଜଣେ ବ୍ୟକ୍ତି ୧୯ ବର୍ଷ ବୟସରେ ଏହି ଯୋଜନାରେ ନିବେଶ କରନ୍ତି ଓ ୧୦ ଲକ୍ଷ ଟଙ୍କାର ପଲିସି କିଣନ୍ତି, ତା’ହେଲେ ତାଙ୍କର ମାସିକ ପ୍ରିମିୟମ ୫୫ ବର୍ଷ ପାଇଁ ୧୫୧୫ ଟଙ୍କା, ୫୮ ବର୍ଷ ପାଇଁ ୧୪୬୩ ଟଙ୍କା ଏବଂ ୬୦ ବର୍ଷ ପାଇଁ ୧୪୧୧ ଟଙ୍କା ହେବ । ଏହି କ୍ଷେତ୍ରରେ ପଲିସି କ୍ରେତା ୫୫ ବର୍ଷ ପାଇଁ ୩୧.୬୦ ଲକ୍ଷ, ୫୮ ବର୍ଷ ପାଇଁ ୩୩.୪୦ ଲକ୍ଷ ଏବଂ 60 ବର୍ଷ ପାଇଁ ୩୪.୬୦ ଲକ୍ଷ ଟଙ୍କା ପରିପକ୍ୱତା ଲାଭ ପାଇବେ ।
