ଭୋଗରାଇରେ ଡେଙ୍ଗୁ ଭୟ, ୫ ଆକ୍ରାନ୍ତ ଚିହ୍ନଟ!
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କୁସୁଡ଼ା ଗ୍ରାମରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାର ସୂଚନା ମିଳିଛି । ଏହି ଗ୍ରାମର ୫ଜଣ ଆକ୍ରାନ୍ତ ହୋଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏହ ଖବର ମିଳିବା ପରେ ଜଳେଶ୍ୱରପୁର ଓ କମର୍ଦ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଗୁରୁବାର ୧୩ଜଣଙ୍କର ରକ୍ତ ସଂଗ୍ରହ କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ଗାଁରେ ସ୍ୱାସ୍ଥ୍ୟକର୍ମୀଙ୍କ ପକ୍ଷରୁ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ କରଯାଉଛି ।
ସୂଚନା ଅନୁଯାୟୀ, ନିକଟରେ ସୁବର୍ଣ୍ଣରେଖା ବନ୍ୟାରେ ବହୁ ଖାଲ ସ୍ଥାନ ଓ ପୋଖରୀ ପାଣି ପଚି ଦୂଷିତ ହୋଇଥିବା ବେଳେ ଏଡିସ୍ ମଶା ଦ୍ୱାରା ଡେଙ୍ଗୁ ସଂଗ୍ରହମିତ ହେଉଥିବାର କୁହାଯାଇଛି । ଏପରିକି ବନ୍ୟା ପରେ ଝାଡ଼ାବାନ୍ତି, ଆନ୍ତ୍ରିକଜ୍ୱର ସହ ଚର୍ମ ଜନିତ ସଂକ୍ରାମକ ରୋଗ ବ୍ୟାପିବାରେ ଲାଗିଥିବାରୁ ଡାକ୍ତରଖାନା ଗୁଡ଼ିକରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବାଲେଶ୍ୱର ଜିଲା ସଦର, ନୀଳଗିରି, ବାହାନଗା, ବାଲିଆପାଳ, ବସ୍ତା ଅଞ୍ଚଳରେ ୫ଜଣ ଡେଙ୍ଗୁ ଜନିତ ରୋଗରେ ଆକ୍ରାନ୍ତ ହୋଇଥିବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
