ଏଗାର ଦଫା ଦାବି ନେଇ ଏ.ଆଇ.ଟି.ୟୁ.ସି ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ
କେନ୍ଦୁଝର : ଆଜି ଅତ୍ୟଧିକ ଦରବୃଦ୍ଧି ତଥା ଅନ୍ୟ ଏଗାର ଦଫା ଦାବି ନେଇ ଏ.ଆଇ.ଟି.ୟୁ.ସି ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦଶ୍ରନ କଲେ ଶତାଧିକ କର୍ମୀ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ପତ୍ରରେ ସେମାନେ ଜିଲାରେ ବନ୍ଦ ପଡିଥିବା ଖଣି ଓ କାରଖାନା ପୁନଃ କାର୍ଯ୍ୟକ୍ଷମ କରି ଛଟେଇ ହୋଇଥିବା ଓ ସ୍ଥାନୀୟ ଶ୍ରମିକମାନଙ୍କୁ ନିଯୁକ୍ତି, ଖଣି ଦ୍ୱାରା ପ୍ରଭାବିତ ପରିବାରକୁ ଡି.ଏମ୍.ଏଫ୍.ରୁ ମାସିକ ଦଶ ହଜାର ଟଙ୍କା ଲେଖାଏ ପ୍ରଦାନ, ପାଇପ ଲାଇନରେ ଲୁହାପଥର ପରିବହନ କୁ ବନ୍ଦ କରାଯିବା, ଯୋଡ଼ା ବଡ଼ବିଲ ରେ ୫୦୦ ଶଯ୍ୟା ବିଶିଷଟ ଇ.ଏସ୍.ଆଇ. ଡାକ୍ତରଖାନା ନିର୍ମାଣ, ୨୦୦ କି.ମି.ଭିତରେ ୪ଟି ଟୋଲ ଗେଟ୍ ବନ୍ଦ କରିବା, ଅଙ୍ଗନୱାଡ଼ି କର୍ମୀ ଓ ଆଶା କର୍ମୀ ଭଳି କାର୍ଯ୍ୟରତ କର୍ମଚାରୀଙ୍କୁ ନିୟମିତ କରାଯିବା ଭଳି ୧୧ ଦଫା ଦାବି ସମ୍ବଳିତ ଦାବିପତ୍ର ଏ.ଆଇ.ଟି.ୟୁ.ସି ର ଜାତୀୟ ସଂପାଦକ ରାମକୃଷ୍ଣ ପଣ୍ଡା, ରାଜ୍ୟ ସଭାପତି ଅଶୋକ ଦାଶ ଙ୍କ ନେତୃତ୍ୱରେ ପ୍ରଧାନ ମନ୍ତ୍ରୀଙ୍କ ଉଦେଶ୍ୟରେ ଦାବି ପତ୍ର ଜିଲାପାଳଙ୍କୁ ଦେଇଥିଲେ ।
