ଭଂଜସେନା ପକ୍ଷରୁ ଦାବୀପତ୍ର ପ୍ରଦାନ ମହାରାଜା ଶ୍ରୀରାମଚନ୍ଦ୍ର ଭଂଜ ବିଶ୍ୱ ବିଦ୍ୟାଳୟକୁ ପୂର୍ଣ୍ଣାଙ୍ଗ କରିବା ଦାବୀ
ବାରିପଦା : ମୟୁରଭଂଜ ବାସୀଙ୍କ ଦୀର୍ଘ ଦିନର ଆନ୍ଦୋଳନ ଫଳରେ ବାରିପଦା ଠାରେ ୧୯୯୮ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ଉତର ଓଡିଶା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଯାହାର ନାମକରଣ ପରବର୍ତୀ ସମୟରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଂଜଦେଓ ବିଶ୍ୱବିଦ୍ୟାଳୟ କରାଯାଇଛି । ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ମୟୁରଭଂଜ ସହିତ କେନ୍ଦୁଝର ଜିଲ୍ଲା ମଧ୍ୟ ଥିଲା । ବିଶ୍ୱବିଦ୍ୟାଳୟ ଟି ଆରମ୍ଭ ହୋଇଥିଲା ୫ଟି ବିଭାଗକୁ ନେଇ, ଯେଉଁ ବିଭାଗ ଗୁଡିକ ଏମପିସି କଲେଜରୁ ଅଣାଯାଇଥିଲା । ଯେହେତୁ କେନ୍ଦୁଝର ଜିଲ୍ଲା ମଧ୍ୟ ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ଥିଲା ତେଣୁ ସେହି ଜିଲ୍ଲାର ଛାତ୍ର ଛାତ୍ରୀ ମାନଙ୍କୁ ରେଜଲ୍ଟ, ଫର୍ମ ଫିଲପ, ମାଇଗ୍ରେସନ ସାର୍ଟିଫିକେଟ ସୁବିଧା ଯୋଗାଇଦେବା ଉଦ୍ୟେଶ ନେଇ ୨୦୧୫ମସିହାରେ କେନ୍ଦୁଝର ଠାରେ ଏକ ସଂମ୍ପ୍ରସାରଣ କାଉଂଟର ଖୋଲାଯାଇଥିଲା । ମାତ୍ର ଚଂଚକତା କରି ସଂମ୍ପ୍ରସାରଣ କାଉଂଟରଟି କୁ ସରକରୀ ବିଜ୍ଞପ୍ତି ପ୍ରକାଶ ନକରି ଦ୍ୱିତୀୟ କ୍ୟାମ୍ପସ ଭାବେ କାର୍ଯ୍ୟାରମ୍ଭ କଲେ ଏବଂ ସେଥିରେ ରେଗୁଲାର କୋର୍ସ ଭାବେ ବହୁ ପାଠ୍ୟକ୍ରମ ରଖାଗଲା । ଆଜି ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ କେନ୍ଦୁଝର ଡ଼ିଡ଼ି କଲେଜ କୁ ବିଶ୍ୱବିଦ୍ୟାଳୟ ର ମାନ୍ୟତା ମିଳିଲା ଆଉ ସମଗ୍ର କେନ୍ଦୁଝର ଜିଲ୍ଲାର ଉଚ୍ଚ ଶିକ୍ଷା ବ୍ୟବସ୍ଥା ସେହି ବିଶ୍ୱବିଦ୍ୟାଳୟ ଅଧୀନରେ ରହିବ ବୋଲି ଘୋଷଣା ହେଲା । ମାତ୍ର ଅଧପନ୍ତରିଆ ଅବସ୍ଥାରେ ଚାଲୁରହିଥିବା ଆଦିବାସୀ ବହୁଳ ମୟୁରଭଂଜ ର ବିଶ୍ୱବିଦ୍ୟାଳୟ କିପରି ସୁରୁଖୁରୁରେ ଚାଲିବ, ସେବାବଦରେ କୌଣସି ଘୋଷଣା ନହେବା ମୟୁରଭଂଜର ସମସ୍ତ ଛାତ୍ର ଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ, ଅବିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ର ବାତାବରଣ ଖେଳାଇଦେଇଛି । ଏଣୁ ଅଧାପନ୍ତରିଆ ଅବସ୍ଥାରେ ଚାଲୁଥିବା ମୟୁରଭଂଜର ତତ୍କାଳୀନ ପ୍ରଜାବତ୍ସଳ ମହାରାଜା ଶ୍ରୀରାମ ଚନ୍ଦ୍ର ଭଂଜଦେଓ ଙ୍କ ନାମରେ ନାମିତ ବିଶ୍ୱବିଦ୍ୟାଳୟ କୁ ତାର ପ୍ରକୃତ ଅଧିକାର ଫେରାଇଆଣିବା ପାଇଁ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଙ୍କ ସମେତ ଦ୍ୱିତୀୟ କ୍ୟାମ୍ପସ ରେ ଚାଲୁଥିବା ୫ଟି ନିୟମିତ ବିଭାଗ କୁ ତୁରନ୍ତ ମୁଖ୍ୟ କ୍ୟାମ୍ପସ କୁ ସ୍ଥାନାନ୍ତର କରାଯିବା, ପୂର୍ବରୁ କେନ୍ଦୁଝର ସ୍ଥିତ ଦ୍ୱିତୀୟ କ୍ୟାମ୍ପସର ଭିତିଭୂମୀ ସଜାଡ଼ିବା ବାବଦରେ ଖର୍ଚ୍ଚ ହୋଇଥିବା ରାଶି ତୁରନ୍ତ ମୁଖ୍ୟ କ୍ୟାମ୍ପସ ପାଇଁ ଘୋଷଣା କରାଯିବା ପାଇଁ ଭଂଜସେନା ପକ୍ଷରୁ ଦାବୀ କରି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନକରାଯାଇଥିବାର ଜଣାଯାଇଛି ।
