ଶାରୀରିକ ଶିକ୍ଷା ଓ କଳା ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଦାବୀ
ବାରିପଦା : ଜିଲାରେ କାର୍ଯ୍ୟରତ ଅସ୍ଥାୟୀ ଶାରୀରିକ ଶିକ୍ଷା ଓ କଳା ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ସେମାନଙ୍କର ସ୍ଥାୟୀ ନିଯୁକ୍ତି ଦାବୀ କରି ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ଦାବୀପତ୍ର ପ୍ରଦାନ କରାଯାଇଛି । ସୂଚନା ମୁତାବକ ୨୦୧୩ ମସିହା ଠାରୁ କଳା ଓ କ୍ରୀଡା ଶିକ୍ଷକ ମାନେ ନିଯୁକ୍ତି ପାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସରକାର ତାଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିନାହାନ୍ତି । ଏବାବଦରେ ବହୁବାର ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣଷି ସୁଫଳ ମିଳିନାହିଁ । ତେବେ ଆଜି ସଂଘ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯିବା ସହିତ ସହ ତୁରନ୍ତ କଳା ଓ କ୍ରୀଡା ଶିକ୍ଷକଙ୍କୁ ସ୍ଥାୟୀ କରାଯିବା ପାଇଁ ଦାବି କରିଛନ୍ତି ।
ଶିକ୍ଷକ ଧର୍ମେନ୍ଦ୍ର ପଣ୍ଡା, ଶିକ୍ଷୟିତ୍ରୀ ହୈମବତୀ ସିଂ ପ୍ରମୁଖ ବହୁ ଶିଛକ ଶିକ୍ଷୟିତ୍ରୀ ଧାରଣାରେ ସାମିଲ ହୋଇ ଥିଲେ । ତେବେ ଏସମ୍ବନ୍ଧରେ ଅବସରପ୍ରାପ୍ର କର୍ମଚାରୀ ସଂଘ ସଭାଗୃହରେ ଜିଲାର ବିଭିନ୍ନ ଅଂଚଳରୁ ଆସିଥିବା କଳା ଓ କ୍ରୀଡା ଶିକ୍ଷକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଗୁରୁତ୍ୱପୂର୍ଣ ନିଷ୍ପତି ମାନ ନିଆଯାଇଥିବାର ଜଣା ଯାଇଛି ।
