ଷ୍ଟେସନ ଦାବିକରି ରେଳରୋକ, ଆଲୋଚନା ପରେ ହଟିଲା ଧାରଣା
କଟକ : କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଧରପୁର ଥାନା ଅଧିନସ୍ତ ନିମେଇସାପୁର ପଞ୍ଚାୟତ ବିରିବାଟିରେ କଟକ ପାରାଦ୍ୱୀପ ପାସେଞ୍ଜର ଟ୍ରେନ ରହିବା ପାଇଁ ରେଳଷ୍ଟେସନ ଦାବିକରି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ବାସିନ୍ଦା। ରମେଶ ନାୟକଙ୍କ ନେତୃତ୍ୱରେ ଏହି ରେଳରୋକ ହୋଇଥିଲା ।
ସ୍ଥାନୀୟବାସୀଙ୍କ ଦାବି ଅନୁସାରେ, ପାସେଞ୍ଜର ଟ୍ରେନ ରହିବା ପାଇଁ ବିରିବାଟିରେ ଷ୍ଟେସନ ହେଲେ କଟକ ଜିଲାର ସର୍ବ ପୁରାତନ ଶୈବପୀଠ ପରମହଂସ ପୀଠ ସହିତ ବିରିବାଟି ତାରିଣୀ ମନ୍ଧିର କୁ ଶ୍ରଦ୍ଧାଳୁ ଆଗମନରେ ସୁବିଧା ହେବ । ଏହା ସହ ୧୦ ରୁ ଉର୍ଦ୍ଧ ପଞ୍ଚାୟତ ବାସୀ ମଧ୍ୟ ଉପକୃତ ହେବେ। ପ୍ରାୟ ଅଧଘଣ୍ଟା ଧରି ରେଲଧାରଣା ଉପରେ ସ୍ଥାନୀୟ ଜନସାଧାରଣ ବସିରହିଥିଲେ ରେଲୱେର ଉପରସ୍ଥ ଅଧିକାରୀ ଘଟଣା ସ୍ଥଳେ ପହଞ୍ଚି ଆଲୋଚନା କରିବା ପରେ ରେଳ ଚଳାଚଳ ସ୍ୱଭାବିକ ହୋଇଥିଲା ।
