ବାଲେଶ୍ୱର : ଜୋର ଧରିଲା ନୀଳଗିରିକୁ ସ୍ଵତ୍ୱନ୍ତ୍ର ଜିଲା ଘୋଷଣା ଦାବି
ନୀଳଗିରି : ନୀଳଗିରିକୁ ସ୍ଵତ୍ୱନ୍ତ୍ର ଜିଲା ଘୋଷଣା କରିବା ଜୋର ଧରିଛି। ପରାଧୀନ ଭାରତରେ ଓଡ଼ିଶାର ବୀରପୁତ୍ର ମାନେ ଦେଶ ସ୍ଵାଧୀନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ସ୍ଵାଧୀନତା ପରବର୍ତ୍ତୀ ସମୟରେ ସ୍ଵାଧୀନ ଭାରତରେ ରାଜତନ୍ତ୍ରର ବିଲୋପ କରି ପ୍ରଥମ ଗଡଜାତ ରାଜ୍ୟ ଭାବେ ସ୍ଵାଧୀନ ଭାରତରେ ମିଶ୍ରଣ ହୋଇ ଅନ୍ୟ ଗଡଜାତ ରାଜ୍ୟ ପାଇଁ ପଥପ୍ରଦର୍ଶକ ସାଜିଥିଲା। ତେବେ ମିଶ୍ରଣ ସମୟରେ ନୀଳଗିରିକୁ ସ୍ଵତନ୍ତ୍ର ଅଧିକାର ମିଳିବ ବୋଲି ଚୁକ୍ତି ହୋଇଥିଲା।
ଚୁକ୍ତି ଅନୁଯାୟୀ ନୀଳଗିରିକୁ ବିଶେଷ ଅଧିକାର ସ୍ୱରୂପ ଜିଲା ମାନ୍ୟତା ହକଦାର ବୋଲି ନୀଳଗିରି ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନୀଳଗିରି ଜିଲା କ୍ରିୟାନୁଷ୍ଠାନ କମିଟିର ଆବାହକ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଦୃଢ଼ ମତବ୍ୟକ୍ତ କରିଥିଲେ। ରାଜ୍ୟ ସରକାର ନୂତନ ଜିଲା ଗଠନ ପ୍ରକ୍ରିୟାରେ ନୀଳଗିରିକୁ ଜିଲା ଗଠନ କରିବା ଦାବୀ ସରକାରଙ୍କ ପଟଳରେ ଥିବାରୁ କ୍ରିୟାନୁଷ୍ଠାନ କମିଟି ଖୁସି ବ୍ୟକ୍ତ କରିଛି। ମାତ୍ର ଯେତେ ଶୀଘ୍ର ଜିଲା ଘୋଷଣା କରାଗଲେ ଆଦିବାସୀ ଅଧ୍ୟୁଷିତ ନୀଳଗିରି ସ୍ଵତନ୍ତ୍ର କ୍ଷମତା ହାସଲ କଲେ ନୀଳଗିରି ଅଞ୍ଚଳରେ ବିକାଶ ହୋଇପାରିବ ବୋଲି ଉପସ୍ଥିତ ସଦସ୍ୟ ମାନେ ମତ ରଖିଥିଲେ। ଏନେଇ ଆଗାମୀ ୧୬ତାରିଖରେ ବିଶାଳ ଜନସମାବେଶ କରି ସରକାରଙ୍କ ଠାରେ ଦୃଢ଼ ଦାବୀ ରଖିବାକୁ କ୍ରିୟାନୁଷ୍ଠାନ କମିଟି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବାଉଁଶବଣିଆ ସରପଞ୍ଚ ନିରଞ୍ଜନ ବାରିକ, ସୁରେଶ ଦାସ, ଆଇନଜୀବୀ ଦେବେନ୍ଦ୍ର ପଣ୍ଡା, ସୁରେଶ ବେହେରା, ଶ୍ୟାମସୁନ୍ଦରପୁର ସରପଞ୍ଚ ପୁରସ୍ତମ ସେଠୀ, ଗଦାଧର ପରିଡା, ନିହାର ପରିଡା, ଦାମୋଦର ବିଶ୍ଵାଳ, ମନୋରଞ୍ଜନ ବେହେରା, ପ୍ରଫୁଲ୍ଲ ବେହେରା ପ୍ରମୁଖ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।
