ଜିଲ୍ଲା କୋର୍ଟ ନିକଟରେ ଏ ଟି ଏମ ସ୍ଥାପନ ପାଇଁ ଜିଲ୍ଲା ଓକିଲ ସଂଘର ଦାବି
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋର୍ଟ ପରିସର ରୁ ସହର ଠାରୁ ପ୍ରାୟ ତିନି କିମି ଦୂରରେ ଅବସ୍ଥିତ । ବିଭିନ୍ନ ନାଲି ମକଦ୍ଦମା ପାଇଁ ଜିଲ୍ଲାର ବହୁ ଦୂର ଦୁରନ୍ତ ରୁ ଲୋକେ ଆସିଥାନ୍ତି । କୋର୍ଟ ପରିସର ନିକଟରେ ନାହିଁ ଗୋଟାଏ ବି ଏଟିଏମ୍ ଫଳରେ ଜିଲ୍ଳାର ଅନେକ ଗୁଡ଼ିଏ ସ୍ଥାନ ରୁ ଆସିଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଜିଲ୍ଲା ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ଜିଲ୍ଲା ଓ ଦୌରା ଜଜଙ୍କ ଅଦାଲତ ନିକଟରେ ଏକ ଏ ଟି ଏମ ସ୍ଥାପନ କରିବା ପାଇଁ ଦାବି ଜଣାଇଛନ୍ତି ସମାଜ ସେବୀ ତଥା ରାଜ ପୁରୋହିତ ଓ ଓକିଲ ସଂଘର ସଭାପତି ଶ୍ରୀ ନରସିଂହ ତ୍ରୀପାଠୀ। ଜିଲ୍ଲା ପ୍ରଶାସନ ଏବଂ ସମସ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରେ ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ନରସିଂହ ତ୍ରିପାଠୀ ଦାବି କରିଛନ୍ତି।
