ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୁରୀ ଡ଼ିପ୍ଲୋମା ଇଞ୍ଜିନିୟରସ୍ଙ୍କ ଦାବିପତ୍ର
ପୁରୀ : ପୁରୀଜିଲ୍ଲା ଡ଼ିପ୍ଲୋମା ଇଞ୍ଜିନିୟରସ୍ ସଂଘ ପକ୍ଷରୁ ୮ଦଫା ଦାବି ସମ୍ପର୍କରେ ଏକ ଦାବିପତ୍ର ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କୁ ତାଙ୍କ ବାଭବନରେ ସାକ୍ଷାତ କରି ପ୍ରଦାନ କରିଛନ୍ତି । ୮ଦଫା ଦାବିମାନଙ୍କ ମଧ୍ୟରେ ଗୃପ୍ ଡ଼ି,ସି ଓ ଡ଼ି କ୍ୟାଡ଼ର ଇଞ୍ଜିନିୟରମାନଙ୍କୁ ୨୦୧୩ ପୂର୍ବରୁ ନିଯୁକ୍ତି ପାଇଛନ୍ତି ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି । ସମସ୍ତ ବର୍ଗର ଡ଼ିପ୍ଲୋମା ଇଞ୍ଜିିନିୟରଙ୍କ ପାଇଁ ସ୍ୱତନ୍ତ୍ର କ୍ୟାଡ଼ର ନିୟମ କାର୍ଯ୍ୟକାରୀ କରାଯାଉ । ପଦୋନ୍ନତି ପାଇଁ ସହକାରୀ ଇଞ୍ଜିନିୟର ପଦବିକୁ ଆସିଷ୍ଟାଂଟ ଏକଜ୍ୟୁଟିଭ ଇଞ୍ଜିନିୟର ପଦବି କରାଯାଉ । ପଦୋନ୍ନତି କୋଟା ୪୦ରୁ ୫୦ ପ୍ରତିଶତ ବୃଦ୍ଧି କରାଯାଉ । ବେଶ ଲେବୁଲ ପୋଷ୍ଟ ଗୁଡ଼ିକ ଜୁନିୟର ଇଞ୍ଜିନିୟରକୁ ୪୦:୬୦ ଅନୁପାତରେ ବୃଦ୍ଧି କରାଯାଉ । ଆସିଷ୍ଟାଂଟ ଇଞ୍ଜିନିୟରଙ୍କୁ ୨୦:୮୦ ଅନୁପାତ କରାଯାଉ । ପୁରୁଣା ପେନସନ ଯୋଜନା ପୁନଃରୁଦ୍ଧାର କରାଯାଉ । ବିଧାୟକଙ୍କ ବାସଭବନରେ ଜିଲ୍ଲା ସଭାପତି ଇଂ ମକର ବେହେର, ସମ୍ପାଦକ ଇଂ ରାଜେଶ୍ୱର ମହାରଣା,ଅର୍ଥ ସମ୍ପାଦକ ଇଂ ସନ୍ତୋଷ କୁମାର ଦାସ, ଉପଦେଷ୍ଟା ଇଂ ପ୍ରଦିପ କୁମାର ପାତ୍ର ପ୍ରମୁଖ ସାମିଲ ହୋଇଥିଲେ ।
