ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନାମରେ ଟ୍ରେନ ଚାଲୁ କରିବା ଦାବିରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଦାବିପତ୍ର ପ୍ରଦାନ
ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନାମରେ ଟ୍ରେନ ଚାଲୁ କରିବା ଦାବି କରି ଆଜି ଏକାମ୍ର ଅଧିବାସୀ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଭେଟିଛନ୍ତି। ମହାପ୍ରଭୁଙ୍କ ନାମରେ କିମ୍ବା ଏକାମ୍ର କ୍ଷେତ୍ର ନାମରେ ଟ୍ରେନ୍ ଚାଲିବା ପାଇଁ ସେମାନେ ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତିରୁପତି ବା ଧଉଳି ନାମକରଣ ପରି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନାମରେ ଟ୍ରେନ ଚାଲୁ କରିବାକୁ ସେମାନେ ଦାବି କରିଛନ୍ତି। ଏହାଦ୍ୱାରା ଏକାମ୍ର କ୍ଷେତ୍ରର ଗୌରବ ବୃଦ୍ଧି ପାଇବା ସହ ପର୍ଯ୍ୟଟକଙ୍କ ବୃଦ୍ଧି ହେବ।
ଶ୍ରୀମତି ଷଡ଼ଙ୍ଗୀ ଏନେଇ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି। ଏହି ଦାବିପତ୍ର ପ୍ରଦାନ ବେଳେ ସାହାଯ୍ୟ ଗୃପର ଅଧ୍ୟକ୍ଷ ଏଲ୍ ସାହୁ, ଯୁବ ନେତା ମଦନ ମୋହନ ପ୍ରଧାନ, ଶିବ ପ୍ରସାଦ ବେହେରା, କାଳି ଚରଣ ମିଶ୍ରଙ୍କ ସମେତ ବହୁ ସେବାୟତ ଓ ମୁରବୀମାନେ ଉପସ୍ଥିତଥିଲେ।
