ଡ଼େଲଟା ପ୍ଲସ ବିଶେଷ ଘାତକୁ ନୁହେଁ : ଆଇଏଲଏସ ନିର୍ଦ୍ଦେଶକ
ଭୁବନେଶ୍ୱର : ଡ଼େଲଟା ପ୍ଲସ ଭ୍ୟାରିଆଂଟ ବିଶେଷ ଘାତକୁ ନୁହେଁ । ଯଦି ଘାତକ ହୋଇଥାଆନ୍ତା ଏହା ଦେବଗଡ଼ ଜିଲ୍ଲାରେ ବ୍ୟାପିସାରନ୍ତାଣି । ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଜଣଙ୍କ ଏବେ ସୁସ୍ଥ ଅଛନ୍ତି । ତେଣୁ ତାଙ୍କର କଂଟାକ୍ଟ ଟ୍ରେସିଂ କୌଣସି ଆବଶ୍ୟକତା ନାହିଁ । ତଥାପି ସତର୍କ ରହିବାକୁ ହେବ ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି ।
ଅପରପକ୍ଷରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଂଚ ପାଇଁ ଦେବଗଡ଼ ଯାଇଛନ୍ତି ଏପିଡୋମିଲୋଜି ଟିମ୍ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ରହିଛି, ସେ କାହା ସାଙ୍ଗରେ ମିଶିଥିଲେ, ସେ ଯାହା ସାଙ୍ଗରେ ମିଶୁ ଥିଲେ ସେମାନେ ସଂକ୍ରମିତ ହେଇଛନ୍ତି କି ନାହିଁ ସେ ବିଷୟରେ ଯାଂଚ କରାଯିବ । ଶ୍ରୀ ପରିଡା କହିଛନ୍ତି ଯେ ଓଡ଼ିଶା, ବିହାର, ଛତିଶଗଡ଼, ଝଡ଼ଖଣ୍ଡ ଭଳି ୪ ରାଜ୍ୟରୁ ୩ହଜାର ୮ଶହ ସାମ୍ପୁଲ ଜେନମ ସିକ୍ୟୁଏନ୍ସିଂ ପାଇଁ ଯାଇଥିଲା । ସେଥିମଧ୍ୟରୁ ଓଡ଼ିଶାରୁ ୧୧ଶହ ସାମ୍ପୁଲ ସଂଗ୍ରହ ହୋଇଥିଲା । ଯେଉଁଥିରୁ ମାତ୍ର ଗୋଟିଏ ଡ଼େଲଟା ପ୍ଲସ ଭ୍ୟାରିଆଂଟ ଚିହ୍ନଟ ହୋଇଛି ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ । ଡ଼େଲଟା ଭ୍ୟାରିଆଂଟକୁ ନେଇ ଅନୁଧ୍ୟାନ ଚାଲିଛି । କରୋନା ନିୟମ ସବୁବେଳେ ମାନିବାକୁ ପଡ଼ିବ ବୋଲି ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ଅଜୟ ପରିଡ଼ା । ଭ୍ୟାକ୍ସିନ୍ ନେବା ପରେ କେତେ ଲୋକ ସଂକ୍ରମିତ ହେଉଛନ୍ତି ତାହାର ତର୍ଜମା ଚାଲିଛି ବୋଲି କହିଛନ୍ତି ଅଜୟ ପରିଡ଼ା ।ଡ଼େଲଟା ପ୍ଲସ ବିଶେଷ ଘାତକୁ ନୁହେଁ : ଆଇଏଲଏସ ନିର୍ଦ୍ଦେଶକ
