ବିଜେଡି ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ୬ ନେତାଙ୍କୁ ୩୦ ଜିଲ୍ଲାର ଦାୟିତ୍ୱ
- ୩୦ ଜିଲ୍ଲା ଲାଗି ବିଜେଡିର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ
- ୪ ଯୁବ ନେତାଙ୍କୁ ୨ଟି ଲେଖାଏଁ ଜିଲ୍ଲାର ଦାୟିତ୍ୱ
ଭୁବନେଶ୍ୱର : ପଂଚାୟତ ନିର୍ବାଚନ ବିଜୁ ଜନତା ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଙ୍ଗଠନିକ ସ୍ତରରେ ବଡ଼ ଧରଣର ପରିବର୍ତନ କରିଛନ୍ତି । ସେ ୩୦ ଜିଲ୍ଲା ପାଇଁ ଦଳ ନୂଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛନ୍ତି ଓ ଏଥିରେ ଯୁବ ନେତାଙ୍କୁ ଜିଲ୍ଲାୱାରୀ ଦାୟିତ୍ୱ ଦିଆଯାଇଛି । କିନ୍ତୁ ସଙ୍ଗଠନକୁ ଆହୁରି ସୁଦୃଢ କରିବାକୁ ୬ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆ ଯାଇଛି । ଏହି ଅଭିଜ୍ଞ ୬ ନେତାଙ୍କ ଭିତରେ ୩୦ ଜିଲ୍ଲାର ଦାୟିତ୍ୱ ପ୍ରଦାନ କରା ଯାଇଛି । ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସର୍ବାଧିକ ୭ଟି ଜିଲ୍ଲା, ବିକ୍ରମ ଆରୁଖଙ୍କୁ ୫ଟି, ଦେବୀ ପ୍ରସାଦ ମିଶ୍ରଙ୍କୁ ୬ଟି, ନିରଞ୍ଜନ ପୂଜାରୀଙ୍କୁ ୪ଟି, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୬ଟି ଓ ମହେଶ୍ୱର ମହାନ୍ତିଙ୍କୁ ୨ଟି ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଥିବା ନେଇ ବିଜେଡି ପକ୍ଷରୁ ପ୍ରକାଶ କରା ଯାଇଛି ।
ବିକ୍ରମ କେଶରୀ ଆରୁଖଙ୍କୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା ଓ ଗଜପତି ଜିଲ୍ଲାର ଦାୟିତ୍ୱ ପ୍ରଦାନ କରା ଯାଇଛି । ଦେବୀ ପ୍ରସାଦ ମିଶ୍ରଙ୍କୁ ଗଂଜାମ, ନୟାଗଡ.କନ୍ଧମାଳ, ଖୋର୍ଧା, ପୁରୀ , ବୌଦ୍ଧ ଜିଲ୍ଲାର ଦାୟିତ୍ୱ ପ୍ରଦାନ କରା ଯାଇଛି । ନିରଂଜନ ପୁଜାରୀଙ୍କୁ ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ବରଗଡର ଦାୟିତ୍ୱ ପ୍ରଦାନ କରା ଯାଇଛି । ସୌମ୍ୟରଂଜନ ପଟ୍ଟନାୟକଙ୍କୁ ସୁନ୍ଦରଗଡ. ଝାରସୁଗୁଡା,ସମ୍ବଲପୁର, ସୋନପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାର ଦାୟିତ୍ୱ ପ୍ରଦାନ କରା ଯାଇଛି । ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାର ଦାୟିତ୍ୱ ପ୍ରଦାନ କରା ଯାଇଛି । ମହେଶ୍ୱର ମହାନ୍ତିଙ୍କୁ କେନ୍ଦୁଝର ଓ ମୟୁରଭଂଜ ଜିଲ୍ଲାର ଦାୟିତ୍ୱ ପ୍ରଦାନ କରା ଯାଇଛି ।
୩୦ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରା ଯାଇଛି । ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ଚନ୍ଦ୍ର ସାରଥୀ ବେହେରା, ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ସିଂହଙ୍କୁ ୨ଟି ଲେଖାଏଁ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରା ଯାଇଛି । ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କୁ ମୟୂରଭଞ୍ଜ ଓ କେଉଁଝରର ପାଇଁ ଦାୟିତ୍ୱରେ ରହିବେ । ସେହିଭଳି ସୁଶାନ୍ତ ସିଂହଙ୍କୁ ଦେବଗଡ ଓ ବଲାଙ୍ଗୀରର ପର୍ଯ୍ୟବେକ୍ଷକର ଦାୟିତ୍ୱ ପ୍ରଦାନ କରା ଯାଇଛି । ଅତନୁ ସବସାଚୀ ନାୟକଙ୍କୁ ରାୟଗଡା ଓ ଗଜପତିର ପର୍ଯ୍ୟବେକ୍ଷକ ଦାୟିତ୍ୱ ପ୍ରଦାନ କରା ଯାଇଛି । ସେହିପରି ଚନ୍ଦ୍ରସାରଥୀ ବେହେରାଙ୍କୁ କୋରାପୁଟ ଓ ମାଲକାନଗିରିର ଦାୟିତ୍ୱ ପ୍ରଦାନ କରା ଯାଇଛି । ଅନୁରୂପ ଭାବେ ଅନୁଗୁଳ- ପ୍ରଶାନ୍ତ ମୁଦୁଲି, ବାଲେଶ୍ୱର- ପ୍ରତାପ କେଶରୀ ଦେବ, ବରଗଡ଼ – ସୁଧିର କୁମାର ସାମଲ, ଭଦ୍ରକ- ପ୍ରଣବ ବଳବନ୍ତରାୟ, ବଲାଙ୍ଗୀର- ସୁଶାନ୍ତ ସିଂହ, ବେ?ଦ୍ଧ-ସେ?ଭାଗ୍ୟ ନାୟକ, କଟକ-ଉଷା ଦେବୀ, ଦେବଗଡ଼ ସୁଶାନ୍ତ ସିଂହ, ଢେଙ୍କାନାଳ-ବିଜୟ ନାୟକ, ଗଜପତି ଅତନୁ ସବ୍ୟସାଚୀ ନାୟକ, ଗଞ୍ଜାମ-ପ୍ରଫୁଲ୍ଲ ମଲ୍ଲିକ, ଜଗତସିଂହପୁର-ସମୀର ରଞ୍ଜନ ଦାସ, ଯାଜପୁର-ଅଶୋକ ଚନ୍ଦ୍ର ପଣ୍ଡା, ଝାରସୁଗୁଡ଼ା ସୁବାସ ସିଂହ, କଳାହାଣ୍ଡି ନବ କିଶୋର ଦାସ, କନ୍ଧମାଳ-ପ୍ରତାପ ଜେନା, କେନ୍ଦ୍ରାପଡ଼ା- ଦେବାଶିଷ ସାମନ୍ତରାୟ, କେନ୍ଦୁଝର-ପ୍ରଣବ ପ୍ରକାଶ ଦାସ, ଖୋର୍ଦ୍ଧା-ପ୍ରମିଳା ମଲ୍ଳିକ, କୋରାପୁଟ-ଚନ୍ଦ୍ର ସାରଥି ବେହେରା, ମୟୂରଭଞ୍ଜ ପ୍ରଣବ ପ୍ରକାଶ ଦାସ, ନବରଙ୍ଗପୁର-ତୁଷାରକାନ୍ତି ବେହେରା, ନୟାଗଡ଼-ପଦ୍ମନାଭ ବେହେରା, ନୂଆପଡ଼ା-ଦିବ୍ୟଶଙ୍କର ମିଶ୍ର, ପୁରୀ-ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରାୟଗଡ଼ା-ଅତନୁ ସବ୍ୟସାଚୀ ନାୟକ, ସମ୍ୱଲପୁର-ନଳନୀକାନ୍ତ ପ୍ରଧାନ, ସୁବର୍ଣ୍ଣପୁର-ପ୍ରଦୀପ କୁମାର ଅମାତ, ସୁନ୍ଦରଗଡ଼ ପାଇଁ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିବା ମିଡିଆ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।
