ଅମୃତ ଉଦ୍ୟାନ ଭ୍ରମଣ କଲେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ବିଚାରପତି
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଶେଷ ଆମନ୍ତ୍ରଣ କ୍ରମେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ସତିଶ ଚନ୍ଦ୍ର ଶର୍ମା ଏବଂ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଅନ୍ୟ ବିଚାରପତି ମାନେ ରବିବାର ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ ଭ୍ରମଣ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ, ଆଗନ୍ତୁକ ମାନଙ୍କ ପାଇଁ ଅମୃତ ଉଦ୍ୟାନ ଜାନୁଆରୀ ୩୧ ତାରିଖରୁ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିଥାଏ । ତେବେ ମାର୍ଚ୍ଚ ୮ ତାରିଖ ହୋଲି ଦିନ ଏହି ଉଦ୍ୟାନ ବନ୍ଦ ରହିବ ।
