ପରାଜୟ ସହ ଶେଷ ହେଲା ଅଧିନାୟକ ବିରାଟଙ୍କ କ୍ୟାରିୟର !
ଶାରଜା : ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟର୍ସରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ୪ ଉଇକେଟରେ ହରାଇ ଦେଇଛି କୋଲକାତା ନାଇଟ୍ ରାଇଡର୍ସ (କେକେଆର)। ଏହି ପରାଜୟ ସହ ଶେଷ ହୋଇଛି ଅଧିନାୟକ ଭାବେ ବିରାଟ କୋହଲିଙ୍କ କ୍ୟାରିୟର। କାରଣ ପୂର୍ବରୁ ଚଳିତ ସିଜନ ପରେ କୋହଲି ଆଉ ଆଇପିଏଲରେ ଅଧିନାୟକ ଭାର ସମ୍ଭାଳିବେ ନାହିଁ ବୋଲି ଘୋଷଣା କରିସାରିଥିଲେ।
