ବାସ୍ତୁ ଅନୁସାରେ ଦୀପାବଳିରେ କରନ୍ତୁ ଘରର ସାଜସଜା, ହେବ ମା’ ଲକ୍ଷ୍ମୀଙ୍କ ଆଗମନ
ଦୀପାବଳିରେ କେହିବି ନିଜର ଘରକୁ ସବୁଠୁ ସୁନ୍ଦର ସଜେଇବାକୁ ଚାହିଁଥାଏ। ତେବେ କାହିଁକିନା ଏହି ଥରକ ବାସ୍ତୁ ଅନୁସାରେ ଘରର ସାଜସଜା କରାଯାଉ। ତେଣୁ ମା ଲକ୍ଷ୍ମୀଙ୍କର ମିଳିବ ବିଶେଷ କୃପା ପ୍ରାପ୍ତି କରିପାରିବେ। ବାସ୍ତବରେ,ସବୁ ଥରକ ଆମେ ଘରକୁ ସଜାଇଥାଉ କିନ୍ତୁ କେତେ ଥର ସ୍ଥିତି ବାସ୍ତୁର ବିପରୀତରେ ଥିବାରୁ ତାହାର ଶୁଭ ଓ ଅଶୁଭ ଫଳ ପ୍ରାପ୍ତି ହୋଇପାରେନାହିଁ। ଏଥିପାଇଁ ଏହି ଥରକ ବାସ୍ତୁର ନିୟମର ଧ୍ୟାନ ରଖି ଦୀପାବଳିର ସାଜସଜା କରନ୍ତୁ।
ବାସ୍ତୁ ଅନୁସାରେ କରନ୍ତୁ ଘରର ସାଜସଜା….
ଘରୁ ବାହାର କରନ୍ତୁ ଅଯଥା ଜିନିଷ :
ସବୁଠାରୁ ପ୍ରଥମେ ଦୀପାବଳୀର ସାଜସଜା ପୂର୍ବରୁ ଘରରୁ ସବୁ ଫାଲତୁ ଜିନିଷକୁ ବାହାର କରିଦିଅ ଯାହା ଆପଣଙ୍କର କାମରେ ଆସୁନାହିଁ କିମ୍ବା ଖରାପ ହୋଇଯାଇଛି। ଖାସକରି ପଡିଥିବା ଇଲେକ୍ଟ୍ରିକ୍ ଜିନିଷ ଯେପରି ଟିଭି,ଫ୍ରିଜ, ଘଣ୍ଟା ଘରୁ ବାହାର କରିଦିଅନ୍ତୁ କିମ୍ବା ସଜାଡିଦିଅନ୍ତୁ।
ଛାତ ଅସନା ହେବାକୁ ଦିଅନ୍ତୁ ନାହିଁ :
ସଫାସଫି କେବଳ ଘର ଭିତରର କରିବା ଜରୁରୀ ନୁହେଁ ,ଵଂର ଘରର ସବୁ କୋଣ ସଫା ଜରୁରୀ ଅଟେ।ଖାସକରି ଛାତ ଉପର। ଯଦି ଘରର ଭିତରକୁ ଆପଣ ପୂରା ସଜେଇଦଉଛନ୍ତି ଏବଂ ଛାତ ଉପରେ ଅସନା ରହୁଛି ତେବେ ମା ଲକ୍ଷ୍ମୀଙ୍କର କୃପା ଆପଣ କେବେବି ପ୍ରାପ୍ତି କରିପାରିବେନାହିଁ। ଏଥିପାଇଁ ଏ ପର୍ଯ୍ୟନ୍ତ ଆପଣ ଆପଣଙ୍କର ଛାତକୁ ସଫା କରିନାହାନ୍ତି ତେବେ ଜଲ୍ଦି କରିନିଅନ୍ତୁ।
ଏହି ଦିଗରେ ଲଗାନ୍ତୁ ଲକ୍ଷ୍ମୀ କିମ୍ବା ଗଣେଷଙ୍କର ଫଟୋ :
ଏମିତିରେ ଘରର ମୁଖ୍ୟ ଦ୍ୱାର ଦକ୍ଷିଣ ପଟକୁ ହେବା କଥା ନୁହେଁ କିନ୍ତୁ ଯଦି କୌଣସି କାରଣବଶତଃ ଘରର ମୁଖ୍ୟ ଦ୍ୱାର ଏହି ଦିଗରେ ଅଛି ତ ମୁଖ୍ୟ ଦ୍ୱାରରେ ଲକ୍ଷ୍ମୀ ଗଣେଷଙ୍କର ଫଟୋ ଲଗେଇବା କଥା। ଏଥିରେ ବାସ୍ତୁ ଦୋଷ ସରିଯାଇଥାଏ।
ଘରର କବାଟରେ କରନ୍ତୁ ସ୍ୱସ୍ତିକ :
ଏହି ଦୀପାବଳିରେ ଘରର କବାଟରେ ସୋରିଷ ତେଲରେସ୍ୱସ୍ତିକ ଚିହ୍ନ କରିବା ଦରକାର ଏବଂ ଶୁଭ-ଲାଭ ଲେଖିବା ଦରକାର । ଏହାଛଡା ଯଦି ନୂଆ ଟିଭି କିମ୍ବା ଫ୍ରିଜ ଘରକୁ ଆଣିବାକୁ ଭାବୁଛନ୍ତି ତାହାକୁ ଉତ୍ତର କିମ୍ବା ପୂର୍ବ ପଟରେ ଲଗାଇବା ଦରକାର।
